pakka

୩୪ ଓଏଏସ୍‌ଙ୍କ ବଦଳି

bbehera

ଭୁବନେଶ୍ୱର : ଓଡ଼ିଶା ପ୍ରାଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ବଡ଼ ଧରଣର ବଦଳି କରାଯାଇଛି । ବଦଳିଛନ୍ତି ୩୪ଜଣ ଓଏଏସ୍ । ବରିଷ୍ଠ ଓଏଏସ୍ ଶିବାନୀ ମହାନ୍ତିଙ୍କୁ ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗର ଅତିରିକ୍ତ ସଚିବ, ଶାନ୍ତିପ୍ରଭା ପ୍ରଧାନଙ୍କୁ ରାଜ୍ୟ ଖାଦ୍ୟ କମିଶନର ସଦସ୍ୟ ସଚିବ ନିଯୁକ୍ତ କରାଯାଇଛି । ଦୟାସିନ୍ଧୁ ପରିଡ଼ାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ନୀଳାମ୍ବର ମହାନନ୍ଦଙ୍କୁ ରାୟଗଡ଼ା ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ସୌରଭ ଚକ୍ରବର୍ତ୍ତୀଙ୍କୁ ବାଲେଶ୍ଵର ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ, ନୀରଲିପ୍ତା ମହାନ୍ତିଙ୍କୁ ଯାଜପୁର ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟାର (ପ୍ରଶାସନିକ) ଭାବେ ବଦଳି ହୋଇଛି । ଏହାବାଦ୍ ଗଞ୍ଜାମ, କେନ୍ଦୁଝର, ବଲାଙ୍ଗିର, ରାୟଗଡ଼ା, କୋରାପୁଟ, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ ଜିଲ୍ଲାରେ ଡିଏସ୍‌ଆର୍‌, ଡିଏଚ୍‌ଏଚ୍ ପ୍ରାଶାସନିକ ଅଧିକାରୀ ଆଦି ପଦବୀରେ ବଦଳି ହୋଇଛି ।

jay balangir
Leave A Reply

Your email address will not be published.

two × 2 =

error: Content is protected !!