pakka

ଏକ ଅସହାୟଙ୍କ ଶବ ସତ୍କାର କଲେ ବଲାଙ୍ଗିର ଯୁବ ସମାଜସେବୀ

bbehera

ବଲାଙ୍କିର, (କେପିଏନ୍‌ଏସ୍‌) : ଗତ ୧୯/୦୩/୨୦୨୪ ବୁଧବାର ଦିନ ବେଲପଡ଼ା ବ୍ଲକ୍‌ ମାଲିପଡା ପୋଖରୀ ପାଖରେ ଅସହାୟ ଅବସ୍ଥାରେ ଏକ ମୃତ ଶରୀର ପଡ଼ିଥିଲା । ତେବେ ମୃତକଙ୍କ ପରିଚୟ ମିଳିପାରୁନଥିବାରୁ କେହି ଶବ ଛୁଉଁନଥିଲେ । ଗାଁ ଲୋକେ ମୃତ ଶବ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃତ ଶରୀରକୁ ଜବତ କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ ଶବ ସଂରକ୍ଷଣ କେନ୍ଦ୍ରକୁ ଆଣି ଶବ ବ୍ୟବଚ୍ଛେଦ କରି ଶବ ଗୃହରେ ରଖିଥିଲେ । ଦୀର୍ଘ ୭୨ ଘଣ୍ଟା ପରେ ମଧ୍ୟ ମୃତ ବ୍ୟକ୍ତିର ପରିଚୟ ନମିଳିବାରୁ ପୋଲିସ ବଲାଙ୍ଗିର ଯୁବ ସମାଜସେବୀମାନଙ୍କୁ ଶବ ସତ୍କାର କରିବା ପାଇଁ ଦେଇଥିଲେ । ବିଭୂତିପଡା ସ୍ଵର୍ଗଦ୍ଵାରରେ ସସମ୍ମାନରେ ଶବ ଦାହ କରିଥିଲେ । ମହମ୍ମଦ ବବ୍‌ଲୁ, ଉମାକାନ୍ତ ସେଠ, ଅଜୟ ନାଗ, ଇନ୍ଦ୍ରମଣି ସାହୁ, ଓ ପ୍ରମୁଖ ମିଶି ଶବ ସତ୍କାର କରିଥିଲେ । କାଠ ପାଇଁ ବିଶିଷ୍ଟ ସମାଜସେବୀ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

ten − four =