pakka

ହାଇଓ୍ୱା ଧକ୍କାରେ ପତ୍ନୀ ସମ୍ମୁଖରେ ଚାଲିଗଲା ସ୍ୱାମୀଙ୍କ ଜୀବନ

bbehera

ରାଉରକେଲା : ବିଶ୍ରାରୁ କାମ ସାରି ବାଇକ୍‌ରେ ଫେରୁଥିଲେ ଦମ୍ପତି । ହଠାତ ବାଇକ୍‌କୁ ସାମ୍ନା ପଟୁ ଧକ୍କା ଦେଇଥିଲା ଏକ ହାଇୱା । ଫଳରେ ଦମ୍ପତି ଛିଟିକି ପଡ଼ିଥିଲେ । ହାଇଓ୍ୱାଟି ସ୍ଵାମୀଙ୍କ ଉପରେ ଚଢ଼ି ଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ସଂଧ୍ୟା ପ୍ରାୟ ସାଢ଼େ ୬ଟାରେ ସ୍ଥାନୀୟ ବିର୍ସା ମୁଣ୍ଡା ଛକ ନିକଟସ୍ଥ ରାଉରକେଲା-ବନ୍ଧମୁଣ୍ଡା ରାସ୍ତାରେ ଘଟିଛି । ଦକ୍ଷିଣ ରାଉରକେଲା ଜଲଦା ‘ଏ’ ବ୍ଲକ୍ ନିବାସୀ ମନୁଆ ତିର୍କୀ (୩୫) ଓ ତାଙ୍କ ପତ୍ନୀ କୌଣସି କାମରେ ଆଜି ସକାଳେ ବାଇକ୍ (ଓଆର୧୪କ୍ୟୁ –୩୬୨୧) ଯୋଗେ ବିଶ୍ରା ଯାଇଥିଲେ । ସେଠାରୁ ଦୁହେଁ ସଂଧ୍ୟାରେ ଘରକୁ ଫେରୁଥିଲେ । ରାଉରକେଲା ପଟୁ ବିଶ୍ରା ଆଡ଼କୁ ଯାଉଥିବା ଏକ ହାଇୱା ରାଉରକେଲା–ବନ୍ଧମୁଣ୍ଡା ରାସ୍ତାରେ ସେମାନଙ୍କୁ ଧକ୍କା ଦେଇଥିଲା । ସ୍ୱାମୀ-ସ୍ତ୍ରୀ ବାଇକ୍‌ରୁ ଛିଟିକି ପଡ଼ିଥିଲେ । ହାଇୱାଟି ମନୁଆଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣା ଘଟାଇଥିବା ହାଇୱା ଚମ୍ପଟ ମାରିଥିବାରୁ ତାକୁ ଧରିବା ଲାଗି ବନ୍ଧମୁଣ୍ଡା ଓ ବିଶ୍ରା ପୁଲିସ୍‌କୁ ସୂଚନା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ବାଇକ୍‌କୁ ଜବତ କରାଯାଇ ତଦନ୍ତ ଜାରି ରହିଥିବା ଜୋନ୍ -୨ ଡିଏସ୍‌ପି ନିର୍ମଳ ମହାପାତ୍ର କହିଛନ୍ତି ।

Leave A Reply

Your email address will not be published.

five × three =