jsm

ଫପ୍‌ସିରେ ରକ୍ତଦାନ ଶିବିର

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଫପ୍‌ସି(ବଡ଼ମାଲ) ଶିଶୁ ମନ୍ଦିର ଠାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ ଆହ୍ୱାନ କ୍ରମେ ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତଦାନ କରିବା ପାଇଁ ଆସିଥିବା ବ୍ୟକ୍ତିମାନଙ୍କୁ ମାସ୍କ ପରିଧାନ ଓ ସାମାଜିକ ଦୂରତା ପାଳନ କରିବା ପାଇଁ ଆହ୍ୱାନ କରା ଯାଇଥିଲା । ରକ୍ତଦାନ ଶିବିରରେ ୧୦୦ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ମନ୍ତ୍ରୀଙ୍କ ପ୍ରତିନିଧି ଚନ୍ଦ୍ର ବର୍ଦ୍ଧନ ପୁରୋହିତ, ଆଲୋକ ବୁଡେକ, ସୁଜିତ ଡାଙ୍ଗ, ବିନିଜି ନାଗ, ମନୋଜ ଡାଙ୍ଗ, ରିଣ୍ଟୁ ଥାଟି, ରଞ୍ଜନ ବେହେରା, ଦେବାଶିଷ ଛତ୍ରିଆ, ସର୍ଜନ ଦୀପ, ଯୁବ ସମାଜ ସେବୀ ତଥା ରକ୍ତ ଦାତା ମିଳନ ବାରିକ, ବୁଲୁ ବେହେରା, ହୁମେଶ ବେହେରା ପ୍ରମୁଖ କାର୍ୟ୍ୟକ୍ରମରେ ସହଯୋଗ କରିଥିଲେ।

yuvodaya
Leave A Reply

Your email address will not be published.