ପଦମ୍ପୁର, (ନିରଂଜନ ତ୍ରିପାଠୀ) : ସର୍କାରର୍ ମାଲ୍ ମାଲ୍ ଯୋଜନା ଉପରେ ଯୋଜନା ଚାଲିଥିଲା ବେଲେ ପଦମ୍ପୁରର୍ ପାଇକମାଲ୍ ବଲକ୍ ଭିତ୍ରେ ଯାଉଥିବାର୍ ଭେଙ୍ଗରାଜ୍ପୁର ପଂଚାଏତ୍ର ଝେଙ୍କ୍ନାଡିହି ଗାଁର୍ ସୁରୁଙ୍ଗୀନାଲିପଡାକେ ରାସ୍ତା ଟେ ବି ନାଇଁନ’ । ଯେନ୍ କଁଚା ରାସ୍ତାଟେ ଅଛେ କାଦୋ ବଟ୍ ବଟ୍ ହେବାର୍ ଲାଗି ଲୋକ୍ ତ ଲୋକ୍ ଗାଡି ମଟର ଟେ ବି ଯାଇ ନି ପାରବାର୍ । ଇଆଡେ ଯେ ସରକାର୍ ବାହାଦୁର୍କଁର୍ ମାଲ୍ ମାଲ୍ ଯୋଜନା ଭିତରେ ଯାଉଛେ ଡେଲିଭରୀ ମାଁ ମାନଙ୍କର୍ ଲାଗି ଦୁଇଟା ନମ୍ବର୍ ସେଟା ହେଲା ୧୦୨ ଆର୍ ୧୦୮ । ଇ ଗାଁ ନୁ ଫୋନ୍ ଗଲା, ଆମ୍ବୁଲେନ୍ସ ବି ଆଏଲା, ହେଲେ କାଣା ହେବା… କାଦୋ ଭିତରେ ବଲେରୋ ଗଲେ ସଟକି ଗଲା । କହେଲେ ଗାଡିର୍ ଡ୍ରାଏଭର୍, ସତକଥା ଆଏ ଗୁର୍ଦୁ ଟେ କାଦୋ ହେଇଛେ । ଶେଷେ ଡେଲିଭରୀ କେସ୍ କେ ଧରିକରି ଗାଁର୍ ଆଶା ଦିଦି କାଦୋ ବାଟେ ଚାଲି ଚାଲି ଆସଲେ ଆର୍ ଫେର୍ ଆମ୍ବୁଲେନ୍ସ ଥି ବୁଘେଇ କରି ଡାକ୍ତରଖାନାକେ ନେଲେ । ଏନ୍ତା ବନେ ଗାଁ ଅଛେ ଯେନକେ ରାସ୍ତା ନାଇଁନ । କାଁ କରମା ସବୁ କରମର୍ କଥା ଆଏ । ହେତିର୍ ଲାଗି ଗାଁର୍ ଲୁକେ ପାଇକମାଲ ବି.ଡି.ଓ.ଙ୍କୁ ରାସ୍ତା ଗୁଟେ ବନେଇ ଦେବାର୍ ଲାଗି ବିନତି କରୁଛନ୍ ।