oom

ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ବୃକ୍ଷ ରୋପଣ କାର୍ୟ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ଅଟୋନମସ କଲେଜ ପଡିଆରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ସଭାପତି ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଏକ ବୃକ୍ଷ ରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ବ୍ଲକରୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ୧୦୦ ଚାରା ରୋପଣ କରିଥିଲେ । ଏହି କାର୍ୟ୍ୟକ୍ରମରେ ବଲାଙ୍ଗିର ସିଡିଏମ୍ଓ ଡ.ଭୀମ ସାହୁ ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ରାଜେନ୍ଦ୍ର କଲେଜ ଅଧ୍ୟକ୍ଷ ବି.ପି. ମହାପାତ୍ର, ଯୁବ ଉପଦେଷ୍ଟା ପ୍ରଦେଶୀ ବିଶ୍ୱାଲ, ପୂର୍ବତନ ଲୋଇସିଂହା ବ୍ଲକ ଚେୟାରମେନ ଟଙ୍କଧର ଗଡତ୍ୟା, ଜିଲ୍ଲା ଯୁବ ସଭାପତି ଅସୀମ ଭୋଇ ମଂଚାସୀନ ଥିଲେ । ଆଜି ଦିନରେ ବିଭିନ୍ନ ପ୍ରଶସ୍ତିକରଣକରଣ ପ୍ରକଳ୍ପ ପାଇଁ ଗଛ କଟା ଚାଲିଥିବାରୁ ଯୁବ କୁଲୁତା ସମାଜର ଏଭଳି ସମୟରେ ବୃକ୍ଷ ରୋପଣ କାର୍ୟ୍ୟକ୍ରମକୁ ଅତିଥିଗଣ ଭୁୟଷୀ ପ୍ରଶଂସା କରିଥିଲେ । ଏହି ଅବସରରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ ଜିଲ୍ଲା ସଭାପତି ସ୍ୱର୍ଗତ ଭରତ ଚନ୍ଦ୍ର ଭୋଇଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଯୁବ ସଭାପତି ସମସ୍ତଙ୍କୁ ଚାରା ବଣ୍ଟନ କରିଥିଲେ । ଏହି ସଭାକୁ ମହେନ୍ଦ୍ର ଭୋଇ ପରିଚାଳନା କରିଥିବା ବେଳେ ଇପ୍ସିତା ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି କାର୍ୟ୍ୟକ୍ରମ ଶ୍ରୀମନ୍ତ ଗଡତ୍ୟା, କୌସ୍ତୁଭ ସାହୁ, ଅକ୍ଷୟ ପଧାନ, ସନ୍ତୋଷ ଭୋଇ, ସରୋଜ ବିଶ୍ୱାଲ, ମନୋରଂଜନ ବେହେରା, ଖଗଗତି ପ୍ରଧାନ, ଅଭିଜିତ ଗଡତ୍ୟା, ଶୁଶାନ୍ତ ପଧାନ, ଅମିତ ପଧାନ, ଦୈତାରୀ ସାହୁ, ଭୁବନେ, ସୁବୋଧ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.