ପ୍ରକାଶ ପାଇଲା ଯୁକ୍ତ୨ କଳା ପରୀକ୍ଷା ଫଳ : ଓମ୍‌ ଏକାଡେମୀର ସଫଳତା ଆକର୍ଷଣୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଚ୍ଚ ମାଧ୍ୟମିକ ପରିଷଦ ଦ୍ୱାରା ଯୁକ୍ତ୨ କଳାର ପରୀକ୍ଷା ଫଳ ପ୍ରକାଶ ପାଇ ସାରିଥିବା ବେଳେ ବଲାଙ୍ଗିର ଜିଲ୍ଳାରେ ଥିବା ଓମ୍‌ ଏକାଡେମୀର ଛାତ୍ରୀମାନେ ୭୮ଜଣରୁ ୪୭ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ଛାତ୍ରୀ ନିହାରିକା ନାଏକ ୮୧.୩୪% ମାର୍କ ରଖି ଏକାଡେମୀରେ ଟପ୍ପର ହୋଇଛନ୍ତି । ଏକାଡେମୀରେ ୮୦% ରୁ ଊଦ୍ଧ୍ୱର୍ ୩ ଜଣ , ୭୯% ରୁ ଊଦ୍ଧ୍ୱର୍ ୫ ଜଣ , ୭୦%ରୁ ଊଦ୍ଧ୍ୱର୍ ୨୭ ଜଣ, ୬୦% ରୁ ଊଦ୍ଧ୍ୱର୍ର୍ ୪୭ ଜଣ, ୫୦%ରୁ ଊଦ୍ଧ୍ୱର୍ ୭୧ ଜଣ ଛାତ୍ରୀ ଊତ୍ତୀର୍ଣ୍ଣ ହୋଇ ୧୦୦% ଛାତ୍ରୀ ପାସ୍‌ କରିଛନ୍ତି ବୋଲି ଏକାଡେମୀର ନିର୍ଦ୍ଦେଶକଙ୍କ ଠାରୁ ସୂଚନା ମିଳିଛି । ଏହି ଅନୁଷ୍ଠାନ ୧୯୯୯ ମସିହାରୁ କେବଳ ଛାତ୍ରୀମାନଙ୍କୁ ହିଁ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଳାରେ ଶିକ୍ଷାଦାନ କରି ଆସୁଛି ଏବଂ ବେଶ୍‌ ସୁନାମ ଅର୍ଜନ କରିଛି ।

Leave A Reply

Your email address will not be published.