କୋସଲି ମାଧ୍ୟମରେ ପାଠ ଦାବୀରେ ୮ରୁ ନୀରବ ସତ୍ୟାଗ୍ରହ

ବରଗଡ଼, (କେପିଏନ୍‌ଏସ୍‌) : ନୂଆ ଜାତୀୟ ଶିକ୍ଷା ନୀତି ଅନୁସାରେ ଛାତ୍ରକୁ ତାର ମାତୃଭାଷାରେ ଶିକ୍ଷା ଦେବା ପାଇଁ ଆଇନ ବନିଛି । ବର୍ତମାନ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ଓଡିଆ ମାଧ୍ୟମ ଶିକ୍ଷା ଚାଲିଛି । ଏହି ନୁଆ ଶିକ୍ଷା ନୀତ ଅନୁସାରେ କିନ୍ତୁ ପଶ୍ଚିମ ଓଡିଶାର ଛାତ୍ରଂକୁ ତାଂକ ମାତୃଭାଷା କୋସଲିରେ ଶିକ୍ଷାଦାନ କରିବା ଉଚିତ । ଏହି ନୁତନ ଜାତୀୟ ନୀତି ଆର୍ନ୍ତଜାତୀୟ ଶିକ୍ଷାଦାନର ସ୍ତରର ହୋଇଛି । ପୃଥିବୀର ସମସ୍ତ ବିକଶିତ ଦେଶ ଶିଶୁକୁ ପ୍ରାଥମିକ ସ୍ତରରେ ତାର ମାତୃଭାଷାରେ ଶିକ୍ଷାଦାନ କରୁଥିବା ବେଳେ ଓଡିଶାର ପଶ୍ଚିମ ଜିଲ୍ଲାମାନଂକରେ ଛାତ୍ରମାନଂକୁ ତାଂକ ମାତୃଭାଷା କୋସଲିରେ ଶିକ୍ଷା ନ ଦେଇ ଓଡିଆ ମାଧ୍ୟମ ଶିକ୍ଷା ଲଦିଦିଆ ଯାଉଛି । ଏହାଦ୍ୱାରା ଶିଶୁର ମାନସିକ ବିକାଶରେ ବାଧା ପହଂଚିବା ସହ ସେ ଉପକୂଳ ଅଂଚଳର ଛାତ୍ରଂକ ସହ ସମାନ ଭାବେ ତାଳ ଦେଇପାରୁନି । ତେଣୁ ରାଜ୍ୟ ସରକାର ପୁରୁଣା ଶିକ୍ଷାଦାନ ମାଧ୍ୟମ ପରିବର୍ତନ କରି ଏହି ନୁତନ ମାଧ୍ୟମ ଲାଗୁ କରନ୍ତୁ ଓ ପଶ୍ଚିମ ଓଡିଶାର ଛାତ୍ରଂକୁ କୋସଲି ମାଧ୍ୟମରେ ଶିକ୍ଷାଦାନ ଦିଆଯାଉ । ଏହି ଦାବୀ ନେଇ ଆସନ୍ତା ୮ ତାରିଖରୁ କୋସଲି କ୍ରିୟାନୁଷ୍ଠାନ କମିଟି ତରଫରୁ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ପଣ୍ଡା, ସରୋଜ ସାହୁ, ଓ ସାକେତ ଶ୍ରୀଭୂଷଣ ସାହୁ ନିରବ ସତ୍ୟାଗ୍ରହ ଆରମ୍ଭ କରିବା ନେଇ ସୁଚନା ମିଳିଛି ।

Leave A Reply

Your email address will not be published.