ଘୁନଘୁଟିପାଲି ଜଗଦମ୍ବା ଯୁବକ ସଂଘର ପ୍ରଶଂସନୀୟ କାର୍ୟ୍ୟ

ପାଟଣାଗଡ଼, (ରାଜେଶ ଦଣ୍ଡସେନା) : ପାଟଣାଗଡ଼ ନିକଟସ୍ଥ ଘୁନଘୁଟିପାଲି ଗ୍ରାମର ଚକ୍ର ବାରଲେଣ୍ଡିଆଙ୍କ ସ୍ତ୍ରୀ ସୁଶିଳା ବାରଲେଣ୍ଡିଆ ଦୀର୍ଘ ଚାରିବର୍ଷ ହେଲା କର୍କଟ ରୋଗରେ ପୀଡିତ ଅଛନ୍ତି । ସେ ଜଣେ ଗରିବ ପରିବାରର ହୋଇଥିବାରୁ ତାଙ୍କ ରୋଗର ଚିକିତ୍ସା ଠିକ ଭାବେ ହୋଇ ପାରୁନାହିଁ । ତାଙ୍କର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ତାଙ୍କ ହାତରେ ଯାହା ସଞ୍ଚୟ ଟଙ୍କା ଥିଲା ତାକୁ ବି ଚିକିତ୍ସାରେ ଲଗେଇ ଦେଇ ସାରିଲେଣି ହେଲେ ଚିକିତ୍ସାର କୌଣସି ଉନ୍ନତି ଘଟି ପାରିନାହିଁ।
ଏବେ ଗଂଭୀର ସମସ୍ୟା ଦେଇ ଗତି କରୁଛନ୍ତି । ଏ ଖବର ପାଇବା ପରେ ରୋଗୀଙ୍କ ପରିବାରକୁ ଘୁନଘୁଟିପାଲିର ମାଁ ଜଗଦମ୍ବା ଯୁବକ ସଂଘ ସହଯୋଗର ହାତ ବଢେଇଛି । ଗାଁର ଖଟିଖିଆ ମଜୁରିଆ ଯୁବକ ମାନେ ସଂଘର ସଦସ୍ୟ ଅଛନ୍ତି, ଏ ପରିସ୍ଥିତିରେ ତାଙ୍କ ରୋଜଗାର ଟଙ୍କାରୁ କିଛି କିଛି ସଂଗ୍ରହ କରି ରୋଗୀଙ୍କ ପରିବାରକୁ ସହଯୋଗ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ସଂଘ ତରଫରୁ କିଛି ଆର୍ଥିକ ସହଯୋଗ ପାଇଥିବା ରୋଗୀଙ୍କ ପରିବାର ଆଜି ରୋଗର ଚିକିତ୍ସା ପାଇଁ ଡାକ୍ତରଖାନାକୁ ଯିବେ । ଏହି ସଂଘର ଯୁବକ ମାନେ ଏପର୍ୟ୍ୟନ୍ତ ପାଞ୍ଚୋଟି ଏଭଲି ଗଂଭୀର ରୋଗୀଙ୍କୁ ସହଯୋଗର ହାତ ବଢାଇ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି। ଅର୍ଜୁନ ସାହୁ, ରମଣିକାନ୍ତ ପଟେଲ, ଅଶୋକ ସେଠ, ଜଗ ବିଶି, କୁନୁ ସେଠ, ଆର୍ତ୍ତ ସେଠ, ବସନ୍ତ ସାହୁ, ଘନ ସାହୁ, ମନୋଜ ବନଗୋଲା, ଆଶିଷ ସାହୁ, ନିରଞ୍ଜନ ବାରଲେଣ୍ଡିଆ, ନରେନ୍ଦ୍ର ପଟେଲ, ନିତ୍ୟା ସେଠ, ପ୍ରକାଶ ସାହୁ, ଭଗବାନ ସେଠ, ଦିନବନ୍ଧୁ ସେଠ, ରମଣି ବନଗୋଲା, ମାନସ ବଗର୍ତ୍ତୀ, ସର୍ଜନ ସାହୁ, ଦେବାଶିଷ ବିଶି, ଜଗଦୀଶ ମାଝି, ମଦନ ଭୋଇ, ଦିଗାମ୍ବର ପରୁଆ, କାନ୍ହା ବାରଲେଣ୍ଡିଆ, ପଞ୍ଚା ପୁଟେଲ, ମହେନ୍ଦ୍ର ନାଗ, ମଣ୍ଟୁ ବାରଲେଣ୍ଡିଆ, ରାବଣ ବାରଲେଣ୍ଡିଆ, ନିପୁନ ବାରଲେଣ୍ଡିଆ, ସୁଜନ ବାରଲେଣ୍ଡିଆ, ହେମନ୍ତ ଧରୁଆ, ଟିକେ ବାରଲେଣ୍ଡିଆ, ବୁଲୁ ବାରଲେଣ୍ଡିଆ, ହରିଶ୍ଚନ୍ଦ୍ର ବାରଲେଣ୍ଡିଆ, ଲୟ ବାରଲେଣ୍ଡିଆ, ଉମା ବାରଲେଣ୍ଡିଆ, ବଲରାମ ବଗର୍ତ୍ତୀ, ଧରିତ୍ରୀ ସାହୁ, ଶୁଭଶ୍ରୀ ପଟେଲ, ଅଂଜନ ସାହୁ, ବେନ୍ଦରୀ, ଯଶୋ, ଶ୍ରୀରାମ, ଡ଼ୋଲାମଣୀ, ତେଜ, ଭୁଜ ବନଗୋଲା, ପାର୍ଥ, କ୍ଷମା ବିଶି, ପରମା କାଲସାଏ, ଅନୀଲ ବନଗୋଲା, କ୍ଷିରସିନ୍ଧୁ ସାହୁ, ରଂଜନ ସାହୁ, ଆର୍ତ୍ତ ସେଠ, ସଚିକାନ୍ତ ବାରଲେଣ୍ଡିଆ ପ୍ରମୁଖ ଏହି ସଂଘରେ ରହି ସଂଘର ସେବା ମନୋଭାବକୁ ଆଗେଇ ନେବାପାଇଁ ଅଣ୍ଟା ଭିଡିଛନ୍ତି ଏବଂ ଗାଁର ସେବାକାରୀ ଭାବରେ ଅଞ୍ଚଳରେ ପାଉଛନ୍ତି ଅଜସ୍ର ପ୍ରଶଂସା।

Leave A Reply

Your email address will not be published.