ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଟପିଲା : ଆଜି ୪୩ ଆକ୍ରାନ୍ତ : ବଲାଙ୍ଗିର ପୌରାଂଚଳରୁ ୧୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ଅତିକ୍ରମ କରିଛି । ଆଜି ୪୩ ଜଣ ବଲାଙ୍ଗିର ଜିଲ୍ଲାରେ କରୋନା ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୧୪ ଜଣ ସଂକ୍ରମଣର ଶିକାର ହୋଇଥିବା ସରକାରୀ ସୂଚନାରେ କୁହାଯାଇଛି । ତେବେ ବଲାଙ୍ଗିର ପୌରାଂଚଳର ଓଲ୍‌ଡ଼ ପେଲେସ୍‌ ଲାଇନ୍‌ରୁ ୧, ମାଲପଡ଼ାରୁ ୧, ବେହେରାପାଲିରୁ ୧, ଟାଉନ ପୋଲିସ କଲୋନୀରୁ ୧, ସତ୍ୟନାରାୟଣପଡ଼ାରୁ ୧, ରାଜୀବନଗରରୁ ୧, ରାଧାରାଣୀପଡ଼ାରୁ ୧, କଂସାରୀପଡ଼ାରୁ ୧, ଆଦର୍ଶପଡ଼ାରୁ ୧, ଠିକାଦାରପଡ଼ାରୁ ୨, ଗାନ୍ଧୀନଗରପଡ଼ାରୁ ୧, ରାମେଶ୍ୱରନଗରରୁ ୧ ଜଣ ଆକ୍ରାନ୍ତ ହୋଇଛନ୍ତି । ଗ୍ରାମାଂଚଳର ପାଟଣାଗଡ଼ ଏନ୍‌ଏସି ମେହେରପଡ଼ାରୁ ୧, ଗଡ଼ଭିତରରୁ ୧, ଟିଟିଲାଗଡ଼ରୁ ୩, ଟିଟିଲାଗଡ଼ ସ୍ୱାଧୀନପଡ଼ାରୁ ୨, ପାଟଣାଗଡ଼ ବ୍ଲକ୍‌ ଭଏଁଷାରୁ ୧ ଓ ସୁନାମୁଦିରୁ ୩, ଆଗଲପୁର ବ୍ଲକ୍‌ ଲୁହୁରାମୁଣ୍ଡାରୁ ୧, ଦେଓଗାଁ କଛାରପାଲିରୁ ୭, ଦେଓଗାଁରୁ ୭, ମୁରିବାହାଲରୁ ୧ ଓ ଲୋଇସିଂହା ବ୍ଲକ୍‌ ବୁଡର଼୍ାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜଣେ ପୁରୁଷ କୋଭିଡ଼୍‌ ଯୋଦ୍ଧା ମଧ୍ୟ ଆଜି ସଂକ୍ରମିତ ହୋଇଥିବା ରିପୋର୍ଟରେ କୁହାଯାଇଛି । ଆଜି ଯାଏଁ ଜିଲ୍ଲାରେ ୨୦୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୬୫୪ ଜଣ ସୁସ୍ଥ ହୋଇ ଫେରିଛନ୍ତି ।

Leave A Reply

Your email address will not be published.