pakka

ମ. ରାମପୁର ବ୍ଲକରେ ସମ୍ପ୍ରସାରିତ ହେବ ଡ୍ରାଗନ୍ ଫଳଚାଷ

bbehera

ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ ଡ୍ରାଗନ୍ ଫଳଚାଷ କରି ନିଜର ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିଥିବା ବାଙ୍କେଲ ଗ୍ରାମର ଚାଷୀ ବୈଷ୍ଣବ ସାହୁଙ୍କୁ ମିଳିଛି ନୂତନ ଯୋଜନା । ନିଜ ଅଞ୍ଚଳରେ ଆଉ ୧୦୦ ଜଣ ଚାଷୀଙ୍କୁ ନିଜ ଜ୍ଞାନ କୌଶଳ ଉପରେ ପ୍ରଶିକ୍ଷଣ ଦେଇ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ ମିଳିବ ସୁଯୋଗ । ଗତକାଲି ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ସି. ଉଦୟ ଭାସ୍କର ବୈଷ୍ଣବଙ୍କ କୃଷି କ୍ଷେତ୍ର ପରିଦର୍ଶନ କରି ଏହି ପରାମର୍ଶ ଦେଇଛନ୍ତି । ଜିଲ୍ଲାରେ ଏଫ୍‌ପିଓ ଯୋଜନାରେ ସାମିଲ ହେବ ଏହି ଚାଷ ଓ ସମସ୍ତ ଆଧୁନିକ ବୈଷୟିକ ଜ୍ଞାନ କୌଶଳ ନାବାର୍ଡ, ମହାଶକ୍ତି ଫାଉଣ୍ଡେସନ ମାଧ୍ୟମରେ ଚାଷୀମାନଙ୍କୁ ପ୍ରଦାନ କରାଟିବ । ସରକାରଙ୍କ ତରଫରୁ ଥିବା ବିଭିନ୍ନ ଯୋଜନାକୁ ମଧ୍ୟ ଚାଷୀମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯିବ । ବ୍ଲକରେ ଗଠିତ ହେବାକୁ ଯାଉଥିବା ନୂତନ କୃଷି ଉତ୍ପାଦକ କମ୍ପାନୀରେ ଅଗ୍ରଣୀ ଚାଷୀ ଭାବେ ସାମିଲ ହେବେ ବୈଷ୍ଣବ ସାହୁ । ନିଜ ବ୍ୟକ୍ତିଗତ ଉଦ୍ୟମରେ ଆଧ୍ୟାତ୍ମିକ ଜ୍ଞାନ ଆହରଣ ଅନ୍ୱେଷଣରେ ଦ୍ୱାରିକା ଯାଇ ଡ୍ରାଗନ ଫଳଚାଷ ମାଧ୍ୟମରେ ଚିରନ୍ତନ ରୋଜଗାରର ପନ୍ଥାକୁ ଆପଣାଇ ଥିବା ବୈଷ୍ଣବ ସାହୁଙ୍କ ଉଦ୍ୟମକୁ ନାବାର୍ଡ ମୁଖ୍ୟ ମହାପ୍ରବନ୍ଧକ ସି. ଉଦୟ ଭାସ୍କର ପ୍ରଶଂସା କରିଥିଲେ । ୩୦ ଗୋଟି ଜିଲ୍ଲାରୁ ଆସିଥିବା ଡିଡିଏମମାନଙ୍କୁ ଏହି ଅର୍ଥ ଉପାର୍ଜନକାରୀ ଚାଷକୁ ନିଜ ଜିଲ୍ଲାରେ ଚାଷୀମାନଙ୍କ ସହ ପ୍ରୋତ୍ସାହନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଙ୍କେଲ୍ ଗ୍ରାମର ଅଗ୍ରଣୀ ଚାଷୀମାନଙ୍କ ସହ ନାହାର୍ଡର ୩୦ ଗୋଟି ଜିଲ୍ଲାରୁ ଆସିଥିବା ଡିଡିଏମ, ଜିଏମ, ଏଜିମଙ୍କ ସହ ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାହୁ, ନିର୍ଦ୍ଦେଶକ ମୋହନ ବଳିୟାର ସିଂ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

5 × 5 =