csstore

ଦେବଙ୍ଗ ଗାଁରେ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରାପାଲି ପଞ୍ଚାୟତ ଦେବଙ୍ଗ ଗାଁରେ ମହାଲକ୍ଷ୍ମୀ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ କର୍ତ୍ତା ଭାବେ ପ୍ୟାରେଲାଲ ନେଓରା ଓ ତାଙ୍କ ସହଧର୍ମିଣୀ ମୀତା ନେଓରା ଦାୟିତ୍ୱ ନେଇଥିବା ବେଳେ ପୂଜକ ଭାବେ ଚମାର ଦାସ ଦାୟିତ୍ୱ ନିର୍ବାହ କରିଛନ୍ତି । ସ୍ଥାନୀୟ ଏକ ପୋଖରୀରୁ କଳସ ଆଣି ପୂଜାସ୍ଥଳରେ ସ୍ଥାପନ କରିଥିଲେ । ଏଥିରେ ଆୟୋଜକ କମିଟିର ସଭାପତି ସୁରେଶ ନେଓରା, ସମ୍ପାଦକ ନିମାଞ୍ଚନ ଭୋଇ, କୋଷାଧ୍ୟକ୍ଷ ପଦ୍ମଚରଣ କୈବର୍ତ୍ତ, ସଭ୍ୟ ବୃନ୍ଦ ମୋହନ ନେଓରା, ରୁଦ୍ରା ସିଂ ଭୋଇ, ଜଗବନ୍ଧୁ ଭୋଇ ବସନ୍ତ ଭୋଇ, ଆଶିଷ ନେଓରା, ସରୋଜ ନେଓରା, ରାଜେଶ ନେଓରା, ମୁରଲୀ ନାଗ ସିରାଜ ମହମ୍ମଦ, ରାଜେନ୍ଦ୍ର ଭୋଇ ପ୍ରମୁଖଙ୍କ ସହ ଗ୍ରାମବାସୀମାନେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.