pr

ପେଟର ଜ୍ୱାଳାରେ ପୁଣି ଦାଦନମୁହାଁ ହେଲେଣି ପ୍ରବାସୀ : ଘୋଷଣାରେ ସୀମିତ ପ୍ରବାସୀଙ୍କୁ କାମ, ଗାଁ ଗାଁରେ ଘୁରି ବୁଲୁଛି ବାହ୍ୟ ରାଜ୍ୟର ରଙ୍ଗୀନ ବସ୍‌

dr. purohit

ଦେଓଗାଁ, (ମନୀଷ କୁମାର ସାହୁ) : ପରିବାର ପ୍ରତିପୋଷଣ ନିମନ୍ତେ ଦେଓଗାଁ ଅଞ୍ଚଳର ବହୁ ଯୁବକ ଯୁବତୀ ବାହାର ରାଜ୍ୟର ବିଭିନ୍ନ କଳକାରଖାନା ତଥା ଘରୋଇ ଅନୁଷ୍ଠାନମାନଙ୍କରେ କାର୍ୟ୍ୟ କରିଥାନ୍ତି । ନିଜ ଅଞ୍ଚଳରେ କାମ ପାଉ ନଥିବାରୁ ବାହାର ରାଜ୍ୟକୁ ଯାଇ ରୋଜଗାରକ୍ଷମ ହେବା ସହିତ ନିଜ ପରିବାରର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବାରେ ସହାୟକ ହୋଇଥାନ୍ତି । କିନ୍ତୁ ମହାମାରୀ କରୋନା ସଂକ୍ରମଣକୁ ଦୂରେଇବା ପାଇଁ ପ୍ରବାସୀମାନଙ୍କୁ ରାଜ୍ୟକୁ ଅଣାଯିବା ସହିତ ସବୁଦିନିଆ କାମ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଯୋଜନା ପରେ ଯୋଜନା ଘୋଷଣା କରିଦେଲେ ସତ, କିନ୍ତୁ ତାହା କେବଳ ସେତିକିରେ ସୀମିତ ରହିଗଲା । ଯାହାଦ୍ୱାରା ପ୍ରବାସୀମାନେ କାମ କିଛି ନପାଇବାରୁ ପେଟର ଜ୍ୱାଳା ସହି ନ ପାରି ବାଧ୍ୟ ହୋଇ ବାହାର ରାଜ୍ୟକୁ ଯିବାକୁ ଉଚିତ ମନେ କରିଛନ୍ତି । ଦୈନିକ ଏହି ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ପ୍ରବାସୀମାନେ ଭିଟା ମାଟି ଛାଡୁଥିବା ଦେଖାଯାଉଛି । ପେଟର ଜ୍ଵଳା ନିକଟରେ ସରକାରଙ୍କ ସମସ୍ତ ଯୋଜନା ଫେଲ୍ ମାରିଛି ବୋଲି ପ୍ରବାସୀମାନେ କହିଛନ୍ତି । ବାହାର ରାଜ୍ୟର ଶ୍ରମିକ ଓ ଦଲାଲ୍‌ ମାନେ ମଧ୍ୟ ସମସ୍ତ ନିୟମକୁ ଫୁ କରିଦେଇ ଶ୍ରମିକମାନଙ୍କୁ ରାଜ୍ୟ ବାହାରକୁ ବସ ଦ୍ଵାରା ଚାଲାଣ କରୁଥିବା ଦେଖାଯାଇଛି । ଦେଓଗାଁ ବ୍ଲକର ଦେଓଗାଁ, ହାତୀସରା, ମୁକୁନ୍ଦପୁର, ସାରସମାଲ, ଲଣ୍ଡାପଥର, ବନ୍ଧପଡ଼ା, ଧଣ୍ଡାମାଲ, ଗୌଡ଼ଗୋଠ, ରାମଚନ୍ଦ୍ରପୁର ପଞ୍ଚାଯତ ଅଞ୍ଚଳରୁ ପ୍ରତିଦିନ ତାମିଲନାଡୁ, ଗୁଜୁରାଟ, ବେଙ୍ଗାଲୁରୁ, ଆନ୍ଦ୍ରପ୍ରଦେଶ ରାଜ୍ୟକୁ ଶ୍ରମିକମାନେ ଯାଉଛନ୍ତି।
ଦାଦନ ଯାଉଥିବା ଲୋକଙ୍କ ପଞ୍ଜିକରଣ ହେଉ
୬ ମାସ ତଳେ ଖାଇବାକୁ ମିଳୁନି ଆମକୁ, ଏଠୁ ଉଦ୍ଧାର କର ବୋଲି ଭିଡିଓ ମାଧ୍ୟମରେ ଗୁହାରୀ କରୁଥିବା ଯୁବକମାନେ ଏବେ ଲୁଚି ଛପି ପୁଣି ଦାଦନ ଭାବେ ଯିବା ଆରମ୍ଭ କରିଲେଣି । ଦାଦନ ଶ୍ରମିକ ଭାବେ ଯାଉଥିବା ଶ୍ରମିକମାନେ ଫେରିଲା ବେଳେ ଯେପରି କରେନ୍‌ଟାଇନ୍‌ କେନ୍ଦ୍ରରେ ରହିବାକୁ କହି ପଞ୍ଜିକରଣ କରୁଥିଲେ, ଦୁଇ ହଜାର ଟଙ୍କା ପାଇବା ଆଶାରେ, ଏବେ ଦାଦନ ଯିବା ସମୟରେ ମଧ୍ୟ ପଞ୍ଜିକରଣ କରାଗଲେ ଓଡ଼ିଶାରୁ କେଉଁ ରାଜ୍ୟକୁ କେତେ ଶ୍ରମିକ ଗଲେ ତାହାର ସଠିକ ତଥ୍ୟ ରହିପାରିବ ବୋଲି ଦେଓଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀ ପ୍ରକାଶ କରିଛନ୍ତି । ଏଣୁ ବ୍ଲକ ପ୍ରଶାସନ ବସ୍‌ ଯୋଗେ ରାଜ୍ୟ ବାହାରକୁ ଯାଉଥିବା ଶ୍ରମିକମାନଙ୍କ ପଞ୍ଜିକରଣ କରିବାକୁ ସାଧାରଣରେ ଦାବୀ ହେଉଛି ।

nrusinghnath
Leave A Reply

Your email address will not be published.