ପୁଣି ଲଜ୍ଜାଜନକ ଘଟଣା : ୪ ଯୁବକଙ୍କ ଦ୍ୱାରା ମହିଳା ଗଣ ଦୁଷ୍କର୍ମର ଶିକାର, ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ

ନୂଆଦିଲ୍ଲୀ : ପୁଣି ଘଟିଲା ଲଜ୍ଜାଜନକ ଘଟଣା । ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣା ସାରା ଦେଶକୁ ବିଚଳିତ କରି ଦେଇଥିବା ବେଳେ ଦିଲ୍ଲୀ ନିକଟବର୍ତ୍ତୀ ଗୁରୁଗ୍ରାମରେ ୩୨ ବର୍ଷୀୟ ଜଣେ ମହିଳାଙ୍କ ସହ ୪ ଜଣ ଯୁବକ ଗଣ ଦୁଷ୍କର୍ମ କରିଥିବା ଖବର ଏବେ ସାରା ଦେଶରେ ପୁଣି ଚର୍ଚ୍ଚାର ନିଆଁରେ ଘିଅ ଢ଼ାଳିଛି । ଗଣ ଦୁଷ୍କର୍ମ ପରେ ମହିଳାଙ୍କୁ ଦୁଷ୍କର୍ମକାରୀମାନେ ମାଡ଼ ମାରିଥିବା ବି ଜଣାପଡ଼ିଛି । ପୀଡ଼ିତା ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା କୁହାଯାଇଛି । ତେବେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍‌ପିଟାଲ୍‌କୁ ରେଫର୍‌ କରାଯାଇଛି । ଗୁରୁଗ୍ରାମ ପୋଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ଘଟଣା ସହରର ପାଁସ ଅଂଚଳର ଡିଏଲ୍‌ଏଫ୍‌ ଫେଜ୍‌-୨ରେ ଘଟିଛି । ତେବେ ପୁଲିସ ଘଟଣାରେ ତତ୍ପରତା ଦେଖାଇ ତୁରନ୍ତ ୪ ଦୁଷ୍କର୍ମକାରୀଙ୍କୁ ଗିରଫ୍‌ କରିଛି । ସୂଚନା ଅନୁସାରେ ଦୁଷ୍କର୍ମକାରୀମାନେ ଫୁଡ୍‌ ଡେଲିଭରୀ କଂପାନୀରେ ଡେଲିଭରୀ ବଏ ଭାବେ କାମ କରନ୍ତି । ଏମାନଙ୍କ ନାମ ହେଲା ପଙ୍କଜ, ପବନ, ରଂଜନ ଏବଂ ଗୋବିନ୍ଦ । ପୁଲିସ ପକ୍ଷରୁ ତନାଘନା ତଦନ୍ତ ଚାଲିଛି ।

Leave A Reply

Your email address will not be published.