pakka

ଦୁଇ ମାସର ପିଡିଏସ୍‌ ନ ମିଳିବାରୁ ବିଧାନସଭା ଗୃହ କମିଟିକୁ ଅଭିଯୋଗ କଲେ ପଞ୍ଚାୟତବାସୀ

bbehera

ଖଡ଼ିଆଳ, (ନିରାକାର ମେହେର) : ରାଜ୍ୟ ତଥା କେନ୍ଦ୍ର ସରକାର ସହରାଞ୍ଚଳ ହେଉ କିମ୍ବା ଗ୍ରାମାଞ୍ଚଳ ହେଉ ସମସ୍ତଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରି ତାକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେଉଛନ୍ତି । ଏମିତିକି ପାଣି ପାଇଁ ବସୁଧା, ବିଜୁଳି ପାଇଁ ସୌଭାଗ୍ୟ, ଗୃହହୀନଙ୍କ ପାଇଁ ଆବାସ, ଭୂମିହୀନଙ୍କ ପାଇଁ ବସୁନ୍ଧରା ଯୋଜନା କରିଛନ୍ତି । ଏମିତି କି ସରକାର ଜନ୍ମଠାରୁ ମୂତ୍ୟୁ ପର୍ଯ୍ୟନ୍ତ ଯୋଜନା କରି ଲୋକଙ୍କ ହିତ ପାଇଁ କାର୍ଯ୍ୟ କରୁଛନ୍ତି । ହେଲେ ପ୍ରଶାସନିକ ଅଧିକାରୀ ଓ ସ୍ଥାନୀୟ ରାଜନେତାଙ୍କ ଆନ୍ତରିକତାର ଅଭାବ ଓ ଅବହେଳା କାରଣରୁ ଯୋଜନାର ସଫଳ ରୂପାୟନ ହୋଇନପାରି ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି । ଖଡ଼ିଆଳ ବ୍ଲକ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତରେ ଦୁଇ ମାସ ହେବ ପିଡ଼ିଏସ୍‌ ଚାଉଳ ନମିଳିବା ଏହାର ନିଛକ ଉଦାହରଣ । ଲୋକଙ୍କ ଅଭିଯୋଗ ଅନୁଯାୟୀ ସରପଞ୍ଚଙ୍କ ସ୍ୱାମୀ ଗୋଦାମ ଘରେ ତାଲା ପକାଇ ଦେଇଛନ୍ତି ଓ ଚାଉଳ ବଣ୍ଟନକୁ ରୋକି ଦେଇଛନ୍ତି । ଅନ୍ୟପଟେ ଏ କଥାକୁ ଅସ୍ୱିକାର କରିଛନ୍ତି ସରପଞ୍ଚ ସୁବାଷିନୀ ପାନ । ପ୍ରଶାସନ ତାଲା ଦେଇଥିବା କହିଛନ୍ତି ଯାହାର ଚାବି କାର୍ଯ୍ୟନିର୍ବାହୀ ଅଧିକାରୀ ରଖିଛନ୍ତି ।ଆସନ୍ତାକାଲି ଚାଉଳ ବାଣ୍ଟି ଦିଆଯିବ ବୋଲି ସେ କହିଛନ୍ତି । ଗତକାଲି ଓଡିଶା ୬ ଜଣିଆ ବିଧାନସଭା ଗୃହ କମିଟି ନୂଆପଡା ଗସ୍ତ କରିଥିବା ବେଳେ ମାଣ୍ଡୋସିଲ ଗ୍ରାମ ପଞ୍ଚାୟତ ପରିଦର୍ଶନରେ ଯାଇଥିଲେ । ଲୋକେ ସେଠାରେ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର ଓ ସଦସ୍ୟମାନଙ୍କୁ ଚାଉଳ ମିଳି ନଥିବା ଜଣାଇଥିଲେ । ଯୋଗାଣ ସହାୟକ ଓ ସରପଞ୍ଚଙ୍କ ମଧ୍ୟରେ ସୁସମ୍ପର୍କ ନଥିବାରୁ ଏସବୁ ହେଉଥିବା ସେମାନେ ଅଭିଯୋଗ କରିଥିଲେ । ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା କହି ସାତଦିନ ମଧ୍ୟରେ ଏହାର ସମାଧାନ କରିବାକୁ ଖଡ଼ିଆଳ ବିଡିଓଙ୍କୁ କମିଟି ନିର୍ଦ୍ଦେଶ ପ୍ରଦାନ କରିଥିଲା । ଲୋକଙ୍କ କହିବାନୁଯାୟୀ ପୂର୍ବରୁ ଏପରି ସମସ୍ୟା ଦେଖା ଯାଇନଥିଲା । ପୂର୍ବରୁ ନିୟମିତ ଭାବରେ ଲୋକେ ଖାଦ୍ୟ ଶସ୍ୟ ପାଉଥିଲେ କିନ୍ତୁ ଏହି ସରପଞ୍ଚ ଆସିଲା ପରେ ତାଙ୍କ ସ୍ୱାମୀ ଯୋଗାଣ ସହାୟକଙ୍କୁ ବାହାର କରି ନିଜେ ହେବାକୁ ଚେଷ୍ଟା କରୁଛନ୍ତି । ଏନେଇ ପଞ୍ଚାୟତ ବୈଠକରେ ପ୍ରସ୍ତାବ ଗୃହୀତ କରି ପ୍ରଶାସନକୁ ମଧ୍ୟ ଦେଇଛନ୍ତି । ଆଉ ଏକ ଉଲ୍ଲେଖନୀୟ କଥା ହେଲା ସରପଞ୍ଚ ନିଜେ ରାସନ କାର୍ଡଧାରୀ ଓ ଖାଦ୍ୟ ଶସ୍ୟ ପାଉଛନ୍ତି । ପୁଣି ତାଙ୍କ ସ୍ୱାମୀଙ୍କ ନାମରେ ଅନେକ ଅଭିଯୋଗ ଆସୁଛି । ଏଇ କିଛିଦିନ ତଳେ ଚହଲା କାମ ପାଇଁ ଦଶ ହଜାର ଦାବୀ କରୁଥିବା ଅଡିଓ ଭାଇରାଲ ହୋଇଥିଲା । ପ୍ରଶାସନ ତଦନ୍ତ କଲେ ପ୍ରକୃତ ସତ୍ୟାସତ୍ୟ ଜଣାପଡିବ ବୋଲି ମତ ପ୍ରକାଶ ପାଉଛି ।

jay balangir
Leave A Reply

Your email address will not be published.

sixteen − thirteen =