ଭିଜିଲାନ୍ସ ଜାଲରେ ବନ କର୍ମଚାରୀ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ରେଞ୍ଜ୍ ଅଧିନ ଶଗଡା ସେକ୍ସନ ଫରେଷ୍ଟର୍ ଯୋଗେନ୍ଦ୍ର ମାଝୀଙ୍କୁ ସୋମବାର ରାତିରେ ଜୟପୁର ଭିଜିଲାନ୍ସ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ, ବିଳମ୍ବିତ ରାତିରେ ଯୋଗେନ୍ଦ୍ର ମାଝୀ ନିଜ ଗାଁକୁ ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଅଟକ ରଖି ତାଙ୍କ ନିକଟରୁ ୨ ଲକ୍ଷ ୩ ହଜାର ଟଙ୍କା ଜବତ କରିଥିଲା । ଜବତ ଟଙ୍କା ସମ୍ପର୍କରେ ପଚାରାଉଚୁରା କରିବାରୁ ସଠିକ ଉତ୍ତର ନପାଇ ଫରେଷ୍ଟର ମାଝୀଙ୍କୁ ଭିଜିଲାନ୍ସ ଟିମ୍ ଗିରଫ କରିଥିଲା । ଭିଜିଲାନ୍ସ ଡିଏସ୍‌ପି ସୁଶାନ୍ତ କୁମାର ବିଶ୍ଵାଳ, ନବରଙ୍ଗପୁର ଡିଏସ୍‌ପି କଳାବତୀ ବାଗ, କଳାହାଣ୍ଡି ଡିଏସ୍‌ପି ସଦାନନ୍ଦ ପାଣିଗ୍ରାହୀ ଓ ଇନ୍ସପେକ୍ଟର୍ ପ୍ରମିଳା ସୁନାନୀ, ଅଜିତ ପାଢି ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ । ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଥିବା କୁହାଯାଇଛି ।

Leave A Reply

Your email address will not be published.

5 × three =