ପତ୍ନୀକୁ ଧାରୁଆ ଅସ୍ତ୍ରରେ ହାଣିଲା ସ୍ଵାମୀ, ଅଭିଯୁକ୍ତ ଅଟକ

ଜଳେଶ୍ଵର : ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଚାଲନ୍ତି ଗ୍ରାମରେ ପାରିବାରିକ କଳହକୁ ନେଇ ପତ୍ନୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କଲା ସ୍ୱାମୀ। ମୃତକ ମହିଳା ଜଣକ ଲିଲି ଦଣ୍ଡପାଟ ବୋଲି ଜଣାପଡିଛି । ଉକ୍ତ ଘଟଣାର ଅଭିଯୁକ୍ତ ଅର୍ଜୁନ ଦଣ୍ଡପାଟଙ୍କ ଅଟକ ରଖି ତଦନ୍ତ ଜାରି ରଖିଛି ଜଳେଶ୍ୱର ପୋଲିସ ।

ସୂଚନାନୁଯାୟୀ, ଚାଲନ୍ତି ଗ୍ରାମରେ ଅର୍ଜୁନ ଦଣ୍ଡପାଟ ଓ ଲିଲି ଦଣ୍ଡପାଟ ମଧ୍ୟରେ ବିଳମ୍ବିତ ରାତିରେ କୌଣସି ଏକ କଥାକୁ ନେଇ ଦୁହିଙ୍କ ଭିତରେ କଳହ ଲାଗିଥିଲା। ଏହାକୁ ନେଇ ସ୍ୱାମୀ ଅର୍ଜୁନ ଦଣ୍ଡପାଟ ଏକ ଧାରୁଆ ଅସ୍ତ୍ରରେ ପତ୍ନୀ ଲିଲିଙ୍କ ମୁଣ୍ଡ ଓ ବେକରେ ଆଘାତ କରିଥିଲା । ଲିଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲା ବେଳେ ୧୦ବର୍ଷର ବଡ଼ ଝିଅ ଜାଣିପାରି ପରିବାର ଲୋକଙ୍କୁ ଖବର ଦେଇଥିଲା। ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଲିଲିଙ୍କ ମୃତ୍ୟୁ ହୋଇସାରିଥିଲା । ଖବର ପାଇ ଘଟଣା ସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ଶବ ଜବତ କରିବା ସହ ସ୍ୱାମୀ ଅର୍ଜୁନକୁ ଅଟକ ରଖି ତଦନ୍ତ ଜାରୀ ରଖିଛି ।

Leave A Reply

Your email address will not be published.

nineteen − nine =