csstore

ଟିଟିଲାଗଡ଼ ଲାୟନ୍ସ କ୍ଲବ୍‌ ତରଫରୁ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଭକ୍ତଙ୍କୁ ଶୁଖିଲା ଖାଦ୍ୟ ପେକେଟ ବଣ୍ଟନ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ବର୍ଷ ଯୋଡା ଶ୍ରାବଣ ମାସ ପଡିଛି । ଶ୍ରାବଣ ମାସ ତଥା ବର୍ଷ ତମାମ ବହୁତ ଭକ୍ତ ଟିଟିଲାଗଡ଼ରେ ଥିବା ଧବଳେଶ୍ଵର ମନ୍ଦିରକୁ ଦର୍ଶନ ପାଇଁ ଆସିଥାନ୍ତି । ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସ ଆରମ୍ଭ ହେବା ମାତ୍ରେ ସୋମବାର ଦିନ ଟିଟିଲାଗଡ ଧବଳେଶ୍ୱର ମନ୍ଦିରକୁ ହଜାର ହଜାର ଶ୍ରଦ୍ଧାଳୁ ବାବାଙ୍କ ଉପରେ ଜଳ ଚଢ଼େଇବା ନିମନ୍ତେ ଆସୁଛନ୍ତି । ସେହି କାୱାଡ଼ିଆମାନଙ୍କୁ ସେବା କାର୍ଯ୍ୟ ପ୍ରଦାନ କରିବା ପାଇଁ ଟିଟିଲାଗଡ ଲାୟନ୍ସ କ୍ଲବ୍‌ ତରଫରୁ ସକାଳୁ ଭକ୍ତଙ୍କୁ ଶୁଖିଲା ଖାଦ୍ୟ ପେକେଟ ସ୍ଥାନୀୟ ଧବଳେଶ୍ଵର ମନ୍ଦିରର ପ୍ରାଙ୍ଗଣରେ ବଣ୍ଟନ କରାଯାଇଅଛି ।

କ୍ଲବ୍‌ ସଭାପତି ସନ୍ତୋଷ ମହାନ୍ତିଙ୍କ ସଭାପତିତ୍ୱରେ କ୍ଲବ୍‌ର ସଂପାଦକ ଅଜିତ ପାତ୍ର, ପୁର୍ବତନ ସଭାପତି ଲିଙ୍ଗରାଜ ସାହୁ, ଉମେଶ ଅଗ୍ରୱାଲ, ସର୍ଭିସ ଚେୟାର ପର୍ସନ ଆଶିର୍ବାଦ ମହାପାତ୍ର, ମିଡ଼ିଆ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲାୟନ ଆନନ୍ଦ ଜୈନ, ରବୀନ୍ଦ୍ର ପାତ୍ର, ଗଙ୍ଗାଧର ଶର୍ମା, ସୁଧିର ମେହେର, କ୍ଷୀର ସିନ୍ଧୁ ଦର୍ଜୀ, ଗୀତାଞ୍ଜଳି ଦର୍ଜିଙ୍କ ସହ ନୂତନ ସଦସ୍ୟ ପଙ୍କଜ ନାମଦେବ, ଲିଓ କ୍ଲବ ସଭାପତି ଏମ୍‌.ଡି ରୀହାନ, ଅଙ୍କିତ ଗୁପ୍ତା, କୋଷାଧକ୍ଷ ଶଙ୍କର ପ୍ରଧାନଙ୍କ ସମେତ କ୍ଳବ୍‌ର ଅନ୍ୟାନ୍ୟ ସଦସ୍ୟ ସହଯୋଗ କରିଥିଲେ। ଏହି ପ୍ରୋଜେକ୍ଟକୁ ସଫଳ କରାଇବାରେ ଅନୁଦାନର ସହଯୋଗ କରିଥିଲେ ଦୀପକ ଗୋୟଲ ଏବଂ ସତ୍ୟନାରାୟଣ ଶର୍ମା ।

jayashree
Leave A Reply

Your email address will not be published.