om academy

ବେଆଇନ ପଥର ଚୋରା ଚାଲାଣ ବେଳେ ପଥର ବୋଝେଇ ଗାଡି ଉପରେ ତହସିଲଦାରଙ୍କ ଚଢ଼ାଉ : ୧୫ ହଜାର ଟଙ୍କାର ରାଜସ୍ୱ ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବେଆଇନ ଭାବରେ ପଥର ବୋଝେଇ ହୋଇ ଯାଉଥିବା ଏକ ଟ୍ରାକ୍ଟର ଗାଡି ଉପରେ ଗୁରୁବାର ଦିନ ଦେଓଗାଁ ତହସିଲଦାର ଚଢ଼ାଉ କରି ଜବତ କରିଥିବା ଜଣାପଡ଼ିଛି । କୁତୁର୍ଲା ଆର୍‌ଆଇ ସାର୍କିଲ ଅନ୍ତର୍ଗତ ଜାତୀୟ ରାଜପଥ୨୬ ବହଲି ଛକ ଉପରେ ଥିବା ପଥର ବୋଝେଇ ଗାଡିର କାଗଜପତ୍ର ଯାଞ୍ଚ କରିଥିଲେ ଦେଓଗାଁ ତହସିଲଦାର ନାରାୟଣ ସାହୁ । ଗାଡିରେ ପଥର ନେଇ ଆସୁଥିବାର କୌଣସି ଦଲିଲ୍‌ ଦେଖାଇ ପାରିନଥିଲା ଗାଡି ଡ୍ରାଇଭର । ଯାହା ଫଳରେ ଟ୍ରାକ୍ଟର ମାଲିକଙ୍କ ଠାରୁ ୧୫ ହଜାର ଟଙ୍କାର ରାଜସ୍ୱ ଆଦାୟ କରିଛନ୍ତି ।

Leave A Reply

Your email address will not be published.

three × 4 =