jsm

ରଥଯାତ୍ରା ଉପଲକ୍ଷେ ଅଙ୍କୁର ସାହିତ୍ୟ ସଂସଦର କବିତା ପାଠ ଉତ୍ସବ

csstore

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ସନାତନ ମନ୍ଦିରଠାରେ ଅଙ୍କୁର ସାହିତ୍ୟ ସଂସଦ ତରଫରୁ ଏକ ଶିଶୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କବିତା ପାଠ ଉତ୍ସବ ଅଙ୍କୁରର ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ଡା. ଅଶୋକ ସେଠୀ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଡ. ପ୍ରେମଚାନ୍ଦ ମହାନ୍ତି ଜଗନ୍ନାଥ ଓ ଅଲାରନାଥଙ୍କ ଉପରେ ଏକ ବକ୍ତବ୍ୟ ରଖିଥିଲେ । କବିତା ପାଠ କରିଥିଲେ ହୃଷିକେଶ ପୁରୋହିତ, ନଳନୀପ୍ରଭା ଶତପଥି, ସୌରନ୍ଦ୍ରୀ ନାୟକ, କସ୍ତୁରୀ ରଥ, ମଦନ ରଥ, ଉମା ଶଙ୍କର ଶତପଥି, ମାଳତି ଉଦ୍‌ଗାତା, ନିରୁପମା ମିଶ୍ର, ରଶ୍ମି ପାତ୍ର, ସସ୍ମିତା ସାହୁ, ତପସ୍ୱିନୀ ପଶାୟତ, ଭବାନୀ ପଟେଲ, ବଳିଷ୍ଠ ପ୍ରଧାନ, ହରିଶଙ୍କର ପୁରୋହିତ ଓ ସହଯୋଗ କରିଥିଲେ ପ୍ରଦୀପ ପଶାୟତ ଓ ଚୁଡେନ୍ଦ୍ର ବେହେରା । ମଦନ ମୋହନ ରଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.