jsm

କଲ୍ୟାଣପୁର ମହାବିଦ୍ୟାଳୟରେ ବ୍ଲକ ସ୍ତରୀୟ ବନ ମହୋତ୍ସବ

csstore

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର କଲ୍ୟାଣପୁର ଊଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ବନ ମହୋତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୦ ବର୍ଷ ଧରି ବିଭିନ୍ନ ପ୍ରଜାତିର ଚାରା ପ୍ରସ୍ତୁତି, ବିତରଣ, ରୋପଣ, ସୁରକ୍ଷା ଓ ଅଭିବୃଦ୍ଧି କ୍ଷେତ୍ରରେ ନିରନ୍ତର ଉଦ୍ୟମରତ ତଥା ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଟିପୁରି ପଲ୍ଲୀ ସଂସ୍କୃତି କଳା ପରିଷଦ ତତ୍ୱାବଧାନରେ ଅନୁଷ୍ଠିତ ଏହି ବନ ମହୋତ୍ସବ ସମାବେଶରେ କଲେଜ ଅଧ୍ୟକ୍ଷା ତୃପ୍ତିମୟୀ ପରିଡାଙ୍କ ସହ ସ୍ଥାନୀୟ ସରପଞ୍ଚ ଗୋବର୍ଦ୍ଧନ ସେଠି, ଡେଲାଙ୍ଗ ବନପାଳ ରାକେଶ କୁମାର ପଣ୍ଡା, ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ନିରୋଦ କୁମାର ସାମନ୍ତରାୟ ପ୍ରମୁଖ ଅତିଥି ଭାବେ ବନ ମହୋତ୍ସବର ଆବଶ୍ୟକତା ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ଅଗ୍ରଣୀ ସ୍ୱେର୍ଚ୍ଛାସେବୀ ଅନୁଷ୍ଠାନ ଟିପୁରି ପଲ୍ଲୀ ବିକାଶ ସଂସ୍କୃତି କଳା ପରିଷଦ ସମ୍ପାଦକ ତଥା ପ୍ରକୃତି ବନ୍ଧୁ ଅପର୍ତି ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବନ ମହୋତ୍ସବରେ ବଉଳ, ବାହାଡା, ରାଧାଚୂଡ଼ା, କୃଷ୍ଣଚୁଡା, ଅଁଳା, ପିଜୁଳି ଆଦି ପ୍ରଜାତିର ଶତାଧିକ ଚାରା ରୋପଣ କରାଯାଇଥିଲା । ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଚାରା ରୋପଣ ପୂର୍ବକ ବନ ମହୋତ୍ସବରେ ସାମିଲ ହୋଇଥିଲେ । ଅନୁଷ୍ଠାନର ସମ୍ପାଦକ ଶ୍ରୀ ମହାପାତ୍ର ସମସ୍ତ ଚାରା ଯୋଗାଇଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

yuvodaya
Leave A Reply

Your email address will not be published.