ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପିପଲପଦର ସ୍ଥିତ ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ସି ବି ଏସ ଇ ଦ୍ଵାରା ଏକ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ଆରମ୍ଭ ହୋଇଯାଇଛି । ଏଥିରେ ପ୍ରଶିକ୍ଷକ ଭାବରେ ଭବାନୀପାଟଣା ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଭୀମସେନ ପଣ୍ଡା ଓ ରାୟଗଡାର ଯେକେ ପେପର ମିଲର ଲକ୍ଷ୍ମିନାଥ ସିଙ୍ଘାନିଆ ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଡ. ରୁବିକୁଣ୍ଡୁ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ । ଉଭୟ ପ୍ରଶିକ୍ଷକଙ୍କୁ ପ୍ରଥମେ ସ୍କୁଲର ଏନସିସି ପିଲାମାନେ ଗାର୍ଡ ଅଫ ଅନର ଦେଇଥିବା ବେଳେ ସ୍କୁଲ ଅଧ୍ୟକ୍ଷା ଡ ସୁନନ୍ଦା ଜତି ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ । ପ୍ରଶିକ୍ଷଣ ଆରମ୍ଭ ପୂର୍ବରୁ ଉଭୟ ଶିକ୍ଷକଙ୍କୁ ତିଲକ ଲଗାଇବା ପରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରାରମ୍ଭିକ ସଙ୍ଗୀତ ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି ପ୍ରଶିକ୍ଷଣ ସନ୍ଧ୍ୟା ୫ଟା ଯାଏଁ ଚାଲିଥିବା ବେଳେ ଆସନ୍ତା କାଲି ଯାଏଁ ଏହି ଶିବିର ଚାଲିବ ବୋଲି ସ୍କୁଲ ଅଧ୍ୟକ୍ଷା ଡ. ଜତି ସୂଚନା ଦେଇଛନ୍ତି । ଏହି ଶିବିରରେ ପ୍ରଭାବତୀ ପବ୍ଲିକ ସ୍କୁଲ, ବଲାଙ୍ଗିରର ସେମଫର୍ଡ ଫ୍ୟୁଚରିଷ୍ଟିକ ସ୍କୁଲ, ଭି ପି ଏସ ଗୁଣୁପୁର, ପାରାଦୀପର ଡିଏଭି ସ୍କୁଲ, ଲକ୍ଷ୍ମିପଥ ସିଙ୍ଘାନିଆ ପବ୍ଲିକ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ । ସ୍କୁଲମାନଙ୍କରେ ଶିକ୍ଷାର ମାନବୃଦ୍ଧି ସକାଶେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦ୍ୱାରା ବହୁତ କିଛି ଶିଖି ପାରିବୁ ବୋଲି ଆସିଥିବା ଶିକ୍ଷକ ଶିକ୍ଷୟତ୍ରୀମାନେ କହିଥିଲେ ।

Next Post