csstore

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ନିଯୁକ୍ତ ପୋଲିସ କର୍ମଚାରୀଙ୍କ ପାରିଶ୍ରମିକ ବୃଦ୍ଧି

  • ସର୍ବନିମ୍ନ ମାସିକ ପାରିଶ୍ରମିକ ୩୦ ହଜାରରୁ ୪୫ ହଜାର ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟ ସରକାର ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସରେ ତିନୋଟି ନୂଆ ବାଟାଲିଅନ ଗଠନ କରିଛନ୍ତି । ଏଥିରେ ମୁଖ୍ୟତଃ ପୂର୍ବତନ ଆର୍ମି ଓ ନାଭିର ସୈନିକ ଏବଂ କୈନ୍ଦ୍ରୀୟ ସଶକ୍ତ ପୋଲିସ ବାହିନୀର କର୍ମଚାରୀମାନେ ନିଯୁକ୍ତ ହୋଇଥାନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ପୋଲିସ କର୍ମଚାରୀ ମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିଛନ୍ତି । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ପଦବୀର ପାରିଶ୍ରମିକ ନିମ୍ନମତେ ବୃଦ୍ଧି ପାଇଛି । ସିପାହୀ (ଜିଡି) ମାନଙ୍କ ମାସିକ ପାରିଶ୍ରମିକ ୩୦ ହଜାର ଟଙ୍କାରୁ ୪୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଲାନ୍‍ସ ନାଏକ, ନାଏକ, ହାବିଲ୍‍ଦାର (ଜିଡି) ମାନଙ୍କ ପାରିଶ୍ରମିକ ୩୨ ହଜାରରୁ ୫୦ ହଜାର, ଜୁନିଅର କମିଶନ୍‍ ଅଫିସର (ଜିଡି) ୪୦ ହଜାରରୁ ୫୫ ହଜାର, ଜୁନିଅର କମିଶନ୍‍ଡ ଅଫିସର (Instructor)) ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ଡିଙ୍ଗି ଡ୍ରାଇଭର,ସି-ମ୍ୟାନ୍ ମେକାନିକ୍, ଖଲାସି ମାନଙ୍କ ମାସିକ ପାରିଶମିକ ୩୦ ହଜାରରୁ ୪୫ ହଜାର, ସିରାଙ୍ଗ, ଇଞ୍ଜିନ୍‍ ଡ୍ରାଇଭର ମାନଙ୍କର ୩୨ ହଜାରରୁ ୫୦ ହଜାର ଏବଂ ମାଷ୍ଟର ମାନଙ୍କ ମାସିକ ପାରିଶ୍ରମିକ ୪୦ ହଜାରରୁ ୫୫ ହଜାର ଟଙ୍କାକୁ ବୃଦ୍ଧି ପାଇଛି ।

jayashree
Leave A Reply

Your email address will not be published.