pakka

କଲେଜ ଛାତ୍ରୀ ପରୀକ୍ଷା ଦେବାରୁ ବଞ୍ଚିତ ଘଟଣା : ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ ନିର୍ଦେଶ ପରେ ତଦନ୍ତ ଆରମ୍ଭ

bbehera
  • ମନି ରିସିଭ, କେସ୍‌ ବୁକ୍‌ ଓ ବ୍ୟାଙ୍କ ସଞ୍ଚୟ ଖାତାର ବିବରଣୀ ଜବତ 

ସଇଁତଲା, (ପ୍ରମୋଦ ସେଲମା) : ଚଳିତ ବର୍ଷ +୩ ପ୍ରଥମ ବର୍ଷ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା ସଇଁତଲା କୁଇକେଡ଼ା ପଞ୍ଚାୟତ ଅଞ୍ଚଳର ଜୈନିକା ଆଦିବାସୀ କଲେଜ ଛାତ୍ରୀ ପରୀକ୍ଷା ଫର୍ମ ପୂରଣ କରିବା ସତ୍ୱ କଲେଜ କତୃପକ୍ଷଙ୍କ ଅବହେଳା ଯୋଗୁଁ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ଛାତ୍ରୀ ଜଣକ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କଠାରେ ଗତ ୨୨ ତାରିଖ ଲିଖିତ ଅଭିଯୋଗ କରିବାର ୨୫ ଦିନ ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନଙ୍କ  ନିର୍ଦେଶ ଦେବା ପରେ ବୁଧବାର ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ହେମାନନ୍ଦ ବିଶ୍ୱାଲ ସହ ଏକ ତଦନ୍ତ ଟିମ୍‌ ସଇଁତଲା ପଞ୍ଚାୟତ କଲେଜ ପହଂଚି ତଦନ୍ତ ଆରମ୍ଭ କରିଥିଲେ । ଏଥିରେ କଲେଜ ଅଧ୍ୟକ୍ଷ ଶିବ ପ୍ରସାଦ ବିଶ୍ୱାଲ, କିରାଣୀ ତରଣୀସେନ ବେମାଲ ଓ ଛାତ୍ରୀ ସଂଗୀତା ଭୋଇ ବୟାନଗୁଡିକ ରିପୋର୍ଟ ସଂଗ୍ରହ କରିଥିଲେ । ଗତ ୨୦୧୮ ମସିହାରୁ କଲେଜର ଅଧ୍ୟକ୍ଷ କେସ୍‌ ବୁକ୍‌କୁ ତଦାରଖ ମଧ୍ୟ କରିନାହିଁ, ଟଙ୍କା ପଇଠ ପରେ ରସିଦ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଦିଆଯାଉ ନଥିଲା । ଏହା ସହିତ କଲେଜର ଟଙ୍କା କାରବାର ମଧ୍ୟ ଅଧ୍ୟକ୍ଷଙ୍କ ଅଜାଣତରେ ହେଉଥିବା ତଦନ୍ତରୁ ଜଣାପଡିଥିଲା । ଏଥିରେ ତଦନ୍ତ ଟିମ୍‌ ମନି ରିସିଭ, କେସ୍‌ ବୁକ୍‌ ଓ କଲେଜ ସଞ୍ଚୟ ଖାତାର ବିବରଣୀକୁ ଜବତ କରିଥିଲେ । ଏହି ତଦନ୍ତ ସମୟରେ ଉପଜିଲ୍ଲାପାଳ ଅଫିସର ବରିଷ୍ଠ କିରାଣୀ ପ୍ରଭାତ ମଲ୍ଲିକ ଓ ସଇଁତଲା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଗ୍ରାମ ମିଶ୍ର ଉପସ୍ଥିତ ଥିଲେ । ଏ ନେଇ ତଦନ୍ତ ଅଧିକାରୀ ଶ୍ରୀ ବିଶ୍ୱାଲଙ୍କୁ ପଚାରିବାରୁ ଉପଜିଲ୍ଲାପାଳ ନିର୍ଦେଶରେ କଲେଜ ଆସି ତଦନ୍ତ କରିଥିଲୁ । ଏହାର ରିପୋର୍ଟ ଉପଜିଲ୍ଲାପାଳଙ୍କୁ ପ୍ରଦାନ କଲା ପରେ ଯାହା କିଛି ପଦକ୍ଷେପ ନିଆଯିବ  ବୋଲି ପ୍ରକାଶ କରିଥିଲେ । ଏହି କଲେଜରେ ଛାତ୍ର ଛାତ୍ରୀମାନଙ୍କୁ ରସିଦ ନ ଦେଇ ଲକ୍ଷ ଲକ୍ଷ ଟଙ୍କା ଅନିୟମିତତା ହୋଇଥାଏ ପାରେ । ଏଣୁ କରି ଏହାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ବିରୋଧ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଇଁତଲା ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ଦାବୀ କରିଛନ୍ତି ।

Leave A Reply

Your email address will not be published.

one + 10 =