pakka

ଲାନ୍ଥବୁଢ଼ା ପୂଜା ସାରି ଫେରୁଥିବା ବେଳେ ଅଘଟନ : ବଜ୍ରପାତରେ ଜଣେ ମୃତ, ପରିବାର ଲୋକଙ୍କୁ ସରକାରୀ ସାହାଯ୍ୟ ପାଇଁ ଦାବୀ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା  ଟିକ୍ରାପଡା ଫାଣ୍ଡି ଅଞ୍ଚଳରେ ଜଣେ ଲୋକଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ଭୁବନ ଓରଫ ମାଟୁ (୪୨) ବୋଲି ଜଣାପଡିଛି । ତାଙ୍କ ଘର ଝିଙ୍କିଡୁଙ୍ଗୁରି ପଞ୍ଚାୟତ ଝରବାହାଲି ଗ୍ରାମରେ । ସେ ପୂଜା କରିବା ପାଇଁ ଯାଉଥିବା ବେଳେ ବଜ୍ରପାତ ମୃତ୍ୟୁ ଘଟିଛି । ଘଟଣାର ଖବର ପାଇ କଣ୍ଟାବାଞ୍ଜି ପୋଲିସ ପହଂଚି ଶବକୁ ଜବତ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଆଜି ଟିକ୍ରାପଡା ଆର୍‌ଆଇ ଶୁଭେନ୍ଦୁ ନାୟକ ଗାଁକୁ ଯାଇ ତଦନ୍ତ କରି ରିପୋର୍ଟ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଭୁବନଙ୍କ ମାନସିକ ଥିବାରୁ ଅଞ୍ଚଳର ଇଷ୍ଟଦେବତା ଲାନ୍ଥବୁଢାଙ୍କ ପୂଜା ପାଇଁ ମଙ୍ଗଳବାର ଦିନ ଗ୍ରାମ ନିକଟସ୍ଥ ଲାନ୍ଥ ନଦୀକୁ ଯାଇଥିଲେ । ସେ ପୂଜା ସାରି ଘରକୁ ଫେରିବା ପୂର୍ବରୁ ନଦୀପାଣିରେ ଗୋଡ ଧୋଉଥିବା ବେଳେ ସନ୍ଧ୍ୟା ୬ ଘଣ୍ଟା  ସମୟରେ ହଠାତ ବଜ୍ରପାତ ହୋଇଥିଲା । ଘଟଣାସ୍ଥଳରେ ଭୁବନ ଅଚେତ ହୋଇ ଟଳି ପଡି ଯାଇଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭୁବନଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ମେଡିକାଲକୁ ନିଆଯାଇଥିଲା ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବର୍ତମାନ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କର ମୃତ୍ୟୁରେ ପରିବାର ଲୋକ ଭାଙ୍ଗିପଡିଛନ୍ତି । ମୃତ ଭୁବନଙ୍କ ୧୮ ଓ ୧୬ ବର୍ଷର ୨ ଟି ଝିଅ ଓ ଜଣେ ପୁଅ ଅଛନ୍ତି । ଭୁବନଙ୍କ ମୃତ୍ୟୁ ପରେ ପରିବାର ଲୋକେ ଅସହାୟ ହୋଇପଡିଥିବା ବେଳେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏଣୁ ଏହି ଅସହାୟ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଅଞ୍ଚଳର ଜନସାଧାରଣଙ୍କ ତରଫରୁ ଦାବୀ ହେଉଛି ।

Leave A Reply

Your email address will not be published.

one × three =