pakka

ରାମନାଗୁଡାରେ ୧୦୬ ଜଣ ଛାତ୍ରଛାତ୍ରୀ ଦେଲେ ଛାତ୍ରବୃତ୍ତି ପରୀକ୍ଷା

bbehera

ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ସରକାରୀ ବିଦ୍ୟାଳୟଠାରେ ତୃତୀୟ ଓ ପଞ୍ଚମ ଶ୍ରେଣୀ ନିମନ୍ତେ ଛାତ୍ରବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ବୃତ୍ତି ପରୀକ୍ଷାରେ ପଞ୍ଚମ ଶ୍ରେଣୀରେ ୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ରହିଥିବା ବେଳେ ୫୨ଜଣ ପରୀକ୍ଷାର୍ଥୀ ଉପସ୍ଥିତ ଥିଲେ । ସେହିପରି ତୃତୀୟ ଶ୍ରେଣୀରେ ୫୪ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବା ବେଳେ ୫୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ଉକ୍ତ ପରୀକ୍ଷାରେ ପର୍ଯ୍ୟବେକ୍ଷକ ଭାବେ ଏବିଇଓ ଦାମୋଦର ହିମିରିକା, ଇନଭିଜିଲେଟର ଭାବେ ଶିକ୍ଷୟିତ୍ରୀ ସ୍ମିତାରାଣୀ ତୁଳ, ଶିକ୍ଷକ ବସନ୍ତ ପ୍ରାଣୀଗ୍ରାହୀ, ସୁପରିଟେଣ୍ଡେଣ୍ଟ ଭାବେ ବିଇଓ ସୂଜନ ମଲ୍ଲିକ ପରୀକ୍ଷା ପରିଚାଳନା କରିଥିଲେ ।

Leave A Reply

Your email address will not be published.

four × two =