
ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ତଥା ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସାରନଗରୀ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ଆବଶ୍ୟକତା ଅନୁସାରେ କେତେକ ଉନ୍ନତିମୂଳକ କାର୍ଯ୍ୟ ପାଇଁ ବିଧାୟକ ଅନୁଦାନ ପାଣ୍ଠିରୁ ବିଧାୟକ ଦୁର୍ଗା ଚରଣ ତନ୍ତୀ ଅର୍ଥ ପ୍ରଦାନ କରିଥିଲେ । ଆଜି ବିଧାୟକ ଦୁର୍ଗା ତନ୍ତୀ ଉକ୍ତ ଅଞ୍ଚଳ ଗସ୍ତ କରି ବିଧାୟକ ଅନୁଦାନ ପାଣ୍ଠିରେ ସାରନଗରୀ ମଙ୍ଗଳା ମନ୍ଦିର ଛକ ନିକଟରେ ଏକ ଯାତ୍ରୀ ବିଶ୍ରାମ ସ୍ଥଳ ନିର୍ମାଣ ଚାଲିଥିବା ବେଳେ ନିକଟରେ ଥିବା ମାର୍କେଟ ଅଞ୍ଚଳରେ ସାଧାରଣ ଲୋକଙ୍କ ଯାତାୟତ ପାଇଁ ଅନୁପଯୁକ୍ତ ହୋଇପଡିଥିବା ଏକ ରାସ୍ତାର ପୁନଃରୁଦ୍ଧାର ପାଇଁ ହୋଇଥିବା କାର୍ଯ୍ୟ ସମେତ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ତଦାରଖ କରିଥିଲେ । ଏହି ଗସ୍ତ ସମୟରେ ବିଧାୟକଙ୍କ ସହିତ ବିଜେପିର ବରିଷ୍ଠ ନେତାଙ୍କ ସମେତ ମାର୍କେଟ କମିଟିର ସଦସ୍ୟ ଏବଂ ଅଞ୍ଚଳବାସୀ ମଧ୍ୟ ଉପସ୍ଥିତ ଥିଲେ ।