shyamal

ଜିଲ୍ଲାପାଳଙ୍କ ଗଞ୍ଜାମ ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ସାମୁଦ୍ରିକ ଝଡ ଜୱାଦ ପ୍ରଭାବରେ ଦୁଇଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନର ପ୍ରଭାବରେ ଅଧିକାଂଶ ଶସ୍ୟକ୍ଷେତ୍ର ପ୍ରଭାବିତ ହୋଇଥିବା ବେଳେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳମାନଙ୍କରେ କଚା ଘରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ପ୍ରଶାସନ ପଞ୍ଚାୟତ ପ୍ରତିନିଧିଙ୍କ ସହାୟତାରେ ଆଶ୍ରୟ ଦିଆଯାଇଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଞ୍ଜାମ ବ୍ଲକ ଅଧିନସ୍ଥ ସମୁଦ୍ର ଓ ଚିଲିକା ଉପକୂଳବର୍ତ୍ତୀ ଇଲାକାରେ ରହିଥିବା ବାତ୍ୟା ଆଶ୍ରୟସ୍ଥଳମାନଙ୍କୁ ପରିଦର୍ଶନ କରି ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ବିଭିନ୍ନ ଶସ୍ୟ କ୍ଷେତ୍ରମାନଙ୍କରେ ନଷ୍ଟ ହୋଇପଡିଥିବା ଉଜୁଡା ଧାନ ଓ ପନିପରିବା ଫସଲ ଦେଖି ଚାଷୀମାନଙ୍କ ସହ ଆଲୋଚନା କରିବା ସହ ଗଞ୍ଜାମ ବ୍ଲକର ଆର୍‌ଆଇ ଏବଂ ବିଭାଗୀୟ ଅଧିକାରୀମାନଙ୍କୁ କ୍ଷୟକ୍ଷତି ଆକଳଣ କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ଡିଆଁଡେଇଁ, ଜେଆରଜିପୁର ବାତ୍ୟା ଆଶ୍ରୟସ୍ଥଳରେ ଚାଷୀମାନଙ୍କ ସହ ଆଲୋଚନା କରିବା ସହ ଆସ୍ୱାସନ ଦେଇଥିବା ଜଣାପଡ଼ିଛି । ଗଞ୍ଜାମ ବ୍ଲକ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଶ୍ୱଜିତ ରାୟ, ତହସିଲଦାର ଅରୁଣ କୁମାର ନାୟକଙ୍କ ସହ ଅନ୍ୟ ନେତୃ ମଣ୍ଡଳୀ ଉପସ୍ଥିତ ଉପସ୍ଥିତ ଥିଲେ ।

purusottam
Leave A Reply

Your email address will not be published.