pakka

ରାମପୁର ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ଧନ୍ଦାମୂଳକ ଶିକ୍ଷା ରିଟେଲ ବିଭାଗର ପରିଦର୍ଶନ

kalikesh

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକ ଅଧିନ ରାମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଧନ୍ଦାମୂଳକ ଶିକ୍ଷା ରିଟେଲ ବିଭାଗରେ ନବମ ଶ୍ରେଣୀରେ ଅଧ୍ୟୟନରତ ୩୯ ଜଣ ଛାତ୍ରଛାତ୍ରୀ ଓ ଦଶମ ଶ୍ରେଣୀର ୩୪ ଜଣ ଛାତ୍ରଛାତ୍ରୀ ବଲାଙ୍ଗିର ସ୍ଥିତ ବିଶାଳ ମେଗାମାର୍ଟ ଓ ରିଲାଏନ୍ସ ସ୍ମାର୍ଟ ପରିଦର୍ଶନ କରିବା ସହ ନିଜର ଅଧ୍ୟୟନ ବିଷୟ ଜାଣିବାର ସୁଯୋଗ ପାଇଥିଲେ । ଏହି ଅବସରରେ ଧନ୍ଦାମୂଳକ ଶିକ୍ଷକ ଧନୁର୍ଦ୍ଧର ସୁନା ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହିତ ସମସ୍ତ ବିଷୟ ବୁଝାଇଥିଲେ । ଏଥିରେ ବିଦ୍ୟାଳୟର ଶିକ୍ଷୟିତ୍ରୀ କୌଶଲ୍ୟା ବିଶି ସହଯୋଗ କରିଥିଲେ ।

pp
Leave A Reply

Your email address will not be published.

one × three =