pakka

୧୫ ବର୍ଷରେ ପଦାର୍ପଣ କଲା ପଦ୍ମପୁର ବନଦୁର୍ଗା ପୂଜା ଉତ୍ସବ : ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଦଶହରା ମାସ, ଧରାପୃଷ୍ଠରେ ଦେବୀ ଦୁର୍ଗା ଅବତରଣେ କରିଛନ୍ତି । ଓଡ଼ିଶାର ବିଭିନ୍ନ ଶକ୍ତିପୀଠରେ ଦେବୀ ଦୁର୍ଗାଙ୍କ ନବରାତ୍ର ପୂଜା ଚାଲିଛି । ଯାହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ପଦ୍ମପୁର ବନ ଦୁର୍ଗା ମନ୍ଦିର । ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିରରେ ଦେବୀ ଦୁର୍ଗାଙ୍କର ନଅ ଦିନ ବ୍ୟାପୀ ଶାରଦା ନବରାତ୍ର ଦୁର୍ଗା ପୂଜା ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ଏହି ପୂଜା ୧୫ ବର୍ଷରେ ପଦାର୍ପଣ କରିଛି । ଶାରଦୀୟ ନବରାତ୍ର ଦୁର୍ଗାପୂଜା ବୈଦିକ ରୀତିନୀତିରେ ଅନୁଷ୍ଠିତ ହୋଇଥିବା ଏହି ନବରାତ୍ର ପୂଜାରେ ପ୍ରତ୍ୟହ ଚଣ୍ଡିପାଠ, ଦୀପଦାନ, ଆଳତୀ, ହୋମ ଓ ଅନ୍ନଭୋଗ ଅର୍ପଣ କରାଯାଉଛି । ଏହି ନବରାତ୍ର ପୂଜାରେ ରଜନୀ ଦାଶ ଓ ଧର୍ମପତ୍ନୀ ଉର୍ମିଲା ପଣ୍ତା, ସଞ୍ଜିବ ସାହୁ ଓ ଧର୍ମପତ୍ନୀ ସୂର୍ଯ୍ୟକାନ୍ତି ସାହୁ କର୍ତ୍ତାକାର୍ଯ୍ୟ ନିର୍ବାହ କରୁଥିବା ବେଳେ ପଣ୍ଡିତ ରଘୁନାଥ ତ୍ରିପାଠୀ, ଦେବେନ୍ଦ୍ର ତ୍ରିପାଠୀ, ଗିରିଶ ଚନ୍ଦ୍ର ହୋତା, ଅଶୋକ ପଣ୍ତା, ମନ୍ଦିର ପୂଜକ ପ୍ରଶାନ୍ତ ପଣ୍ତା ପୂଜାକାର୍ଯ୍ୟ ଓ ନୀତି କାନ୍ତି ନିର୍ବାହ କରୁଛନ୍ତି । କୋଭିଡ କଟକଣା ଯୋଗୁଁ ଗତ ଦୁଇ ବର୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ବନ୍ଦ ଥିବାରୁ ଚଳିତ ବର୍ଷ ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଉତ୍ସାହିତ ମନୋଭାବ ନେଇ ଦେବୀଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି । ଦେବୀ ଦୁର୍ଗାଙ୍କର ନବରାତ୍ର ପୂଜାରେ ନଅଟି ବେଶ ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାର୍ତ୍ତାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ରୂପେ ପୂଜା ପାଇବେ ବୋଲି ପଦ୍ମପୁର ବନଦୁର୍ଗା ମନ୍ଦିର ପୂଜା କମିଟି ସଭାପତି ଡା ପ୍ରଭାତ ନାରାୟଣ ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି । ଏହି ସମଗ୍ର କାର୍ଯ୍ୟକୁ ବନଦୁର୍ଗା ମନ୍ଦିର ପୂଜା କମିଟି ସଭାପତି ଡା ପ୍ରଭାତ ନାରାୟଣ ତ୍ରିପାଠୀ, ସଂପାଦକ ଗୋପାଳ ଚନ୍ଦ୍ର ଭୋଇ ଓ କୋଷାଧ୍ୟକ୍ଷ ଅନୀଲ ବେହେରା ପରିଚାଳନା କରୁଥିବା ବେଳେ ଗଜୁ ଅଗ୍ରୱାଲ, ଗଜିଆ ଶର୍ମା, ସୁଶାନ୍ତ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

five × 1 =