jsm

ନେହେରୁ ଯୁବକେନ୍ଦ୍ର ସଂଗଠନ ପକ୍ଷରୁ ବିଭିନ୍ନ ଗାଁରେ ପ୍ରଥପ୍ରାନ୍ତ ନାଟକ ପରିବେଷିତ

csstore

ଭବାନୀପାଟଣା, (ପି.କେ. ସାହୁ) : ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ଶାଖା ନେହେରୁ ଯୁବକେନ୍ଦ୍ର ସଂଗଠନ କଳାହାଣ୍ଡି ଏବଂ ୟୁନିସେଫ ଓଡିଶା ମିଳିତ ଆନୁକୂଲ୍ୟରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ବାଲ୍ୟବିବାହ, ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ପ୍ରଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତକାଲି ଭବାନୀପାଟଣା ବ୍ଲକ୍‌ର କୂତରୁଖମାର, ରଙ୍ଗୀଗୁଡା, ଫୁକଯୋଡି, କରାଟିକଲି, କନ୍ଧବାରଝୋଲା, କଲମ, ବେହେରାକୁନି, ଠେମରା ଓ ପରିଆଠାରେ ପ୍ରଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ଏହି ଗାଁମାନଙ୍କରେ ସୋନପୁର ଜିଲ୍ଲାର ବୀଣାପାଣି ସାହିତ୍ୟ କଳା ସାଂସଦ ଅନୁଷ୍ଠାନର କଳାକାର ମାନେ ପ୍ରଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ଓ ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରିଥିଲେ । ଉପସ୍ଥିତ ଦର୍ଶକମାନେ ମଧ୍ୟ ଏହି ପ୍ରଥପ୍ରାନ୍ତ ନାଟକକୁ ଉପଭୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ନେହେରୁ ଯୁବକେନ୍ଦ୍ର ସଂଗଠନର ଯୁବ ସେ୍‌ଚ୍ଛାସେବୀ ଅଭିଷେକ ବେହେରା, ଯଶୋବନ୍ତ ରଣା, ପୂର୍ବତନ ସ୍ବେଛାସେବୀ ଜଗଦାନନ୍ଦ ସାହୁ, କୋପ୍ନେଶ୍ଵର ବେମାଲ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଭିନ୍ନ ଗାଁମାନଙ୍କରେ ସରପଞ୍ଚ, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ୱାର୍ଡ ମେମ୍ବର, ଏମ. ବି. କେ ଓ ଶିକ୍ଷକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ଆହୁରି ଚାରି ଦିନ ଧରି ଚାଲୁ ରହିବ ।

yuvodaya
Leave A Reply

Your email address will not be published.