csstore

କୃଷି ଭିତ୍ତିକ ମଣ୍ଡେଇ ପର୍ବ ଅନୁଷ୍ଠିତ

ଜୟପାଟଣା, (ଶେଷ ଦେବ ବେହେରା) : ମହୁଲ ପାଟ ଜମିଦାରୀ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ଡୋକ ରିଙ୍କ କୃଷି ଭିତ୍ତିକ ମଣ୍ଡେଇ ପର୍ବ ଶ୍ରଦ୍ଧାର ସହ ଅନୁଷ୍ଠିତ ହୋଇ ଯାଇଛି । ଜୟପାଟଣା ଏକ କୃଷିଭିତ୍ତିକ ଅଞ୍ଚଳ ହୋଇଥିବା ବେଳେ ପାରମ୍ପାରିକ ଚାଷ, ତୈଳ ବୀଜ, ଡାଲି ଜାତୀୟ, ଓ ଫଳ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ରଖି ଆସିଛି । ଅଞ୍ଚଳର ଇଷ୍ଟ ଦେବୀ ମାଆ ଡୋକରିଙ୍କ ଉପରେ ଅତୁଟ ବିଶ୍ୱାସ ରଖି ଆସିଥିବା ଅଞ୍ଚଳ ବାସୀ ଅକ୍ଷୟ ତୃତୀୟା ପରେ ବୀଜ ବପ ନ କରିବା ପୂର୍ବରୁ ଇଷ୍ଟ ଦେବୀଙ୍କୁ ପୂଜା ଅର୍ଚ୍ଚନା କରାଯାଇ ଉତ୍ତମ ଚାଷ ପାଇଁ ବିଭିନ୍ନ ବୀଜ ଅର୍ପଣ କରାଯାଇ ଥାଏ । ଆଜିର ମଣ୍ଡେଇ ଅବସରରେ ବିଭିନ୍ନ ଅଞ୍ଚଳର ଦେବ ଦେବୀଙ୍କୁ ଆମନ୍ତ୍ରଣ କରାଯାଇ ଏକ ସୁସଜ୍ଜିତ ପଟୁଆରରେ କାଳିଶି ମାନେ ନିଜ ନିଜର ଲାଠି, ସିଂହାସନ ଆଦି ସହ ଜୟପାଟଣା ନଗର ପରିକ୍ରମା କଳା ପରେ ମାଆ ଡୋ କରି ପୀଠରେ ସମ୍ମିଳୀତ ହୋଇଥାନ୍ତି । ପୂଜକମାନେ ଭୋଗ ରାଗରେ ଦେବୀ ମାନଙ୍କୁ ତୃପ୍ତ କଲା ପରେ ଆଶିର୍ବାଦ ସହ ନିଜ ନିଜର ପୀଠକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି । ବିଭିନ୍ନ ଅଞ୍ଚଳର ମାନସିକ ଧାରୀମାନେ ବିଭିନ୍ନ ରକ୍ତ ବଳି ଦେବାର ଦେଖିବାକୁ ମିଳିଥାଏ ।

jayashree
Leave A Reply

Your email address will not be published.