csstore

ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

  • ରେଡ କମ୍ବାଇନ କଣ୍ଟାବାଞ୍ଜି ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା କ୍ରିକେଟ ଏସୋସିଏସନ ଓ ଜିଲ୍ଲା କ୍ରୀଡା ସଂସଦ ଆନୁକୁଲ୍ୟରେ ଇଣ୍ଟର ସ୍କୁଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଜିର ଉଦ୍‌ଘାଟନୀ ମ୍ୟାଚ ଟି ରେଡ କମ୍ବାଇନ ଓ ବ୍ଲୁ କମ୍ବାଇନ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ରେଡ କମ୍ବାଇନ ଦଳ ପ୍ରଥମେ ଟସ୍‌ ଜିଣି ବ୍ୟାଟିଂ କରି ନିର୍ଦ୍ଧାରିତ ୩୦ ଓଭରରେ ୪ ୱିକେଟ ବିନିମୟରେ ୧୯୨ ରନ ସଂଗ୍ରହ କରିଥିଲେ । ଦଳ ତରଫରୁ ରେବକ ସୁନା ସର୍ବାଧିକ ୫୦ ରନ୍‌ ସଂଗ୍ରହ କରିଥିଲେ । ବ୍ଲୁ କମ୍ବାଇନ ଦଳ ସଫଳ ବୋଲର ଭାବରେ ସାଇ ପ୍ରୟାସ ୩ ଗୋଟି ୱିକେଟ ନେଇଥିଲେ । ୧୯୨ ରନର ବିଜୟ ଲକ୍ଷ୍ୟକୁ ପିଛା ବ୍ଲୁ କମ୍ବାଇନ ଦଳ ସମୁଦାୟ ୧୬୧ ରନ୍‌ ସଂଗ୍ରହ କରି ସମସ୍ତ ୱିକେଟ ହରାଇ ୩୧ ରନରେ ପରାଜିତ ହୋଇଥିଲେ । ବ୍ଲୁ କମ୍ବାଇନ ଦଳ ତରଫରୁ ଶୁଭଙ୍କର ବହିଦାର ସର୍ବାଧିକ ୩୮ ରନ୍‌ ସଂଗ୍ରହ କରିଥିଲେ । ଆଜିର ଏହି ଉଦ୍‌ଘାଟନୀ ଉତ୍ସବରେ ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଶ୍ରୀକର ମିଶ୍ର, ଉପ-ସଭାପତି ପ୍ରହଲ୍ଲାଦ ଶତପଥି, ସାଧାରଣ ସଂପାଦକ ହରି ନାରାୟଣ ପୁଜାରୀ, ଯୁଗ୍ମ ସଂପାଦକ ଶତୃଘନ ସିଂ, ପଦ୍ମଚରଣ ଆଚାର୍ଯ୍ୟ, କୋଷାଧ୍ୟକ୍ଷ ହେମନ୍ତ କୁମାର ବେହେରା, କ୍ରିକେଟ ସଂପାଦକ ଓମ୍‌ ପ୍ରକାଶ ଚାନ୍ଦ, ସଭ୍ୟ ଡା. ସିର୍ଦ୍ଦେଶ୍ୱର ମିଶ୍ର, କ୍ରିକେଟ କୋଚ ଅରୁଣ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ଆଜିର ଏହି ମ୍ୟାଚକୁ ଓସିଏ ଅମ୍ପିୟାର ପୃଥ୍ୱୀରାଜ ମିଶ୍ର ଓ ରାଜେନ୍ଦ୍ର ସେଠ ପରିଚାଳନା କରିଥିବା ବେଳେ ଜଗପତି ନାଏକ ଓ ସ୍ୱାଗତ ଶୁଭଙ୍କର ସ୍କୋରର ଦାୟିତ୍ୱ ତୁଳାଇଥିଲେ ।

jayashree
Leave A Reply

Your email address will not be published.