ଛତ୍ରପୁରରେ ଶ୍ରୀଜଗନ୍ନାଥଙ୍କ କଲକୀଅବତାର ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରାୟତଃ ଦୁଇଶହ ବର୍ଷ ତଳରୁ ଆରମ୍ଭ ହୋଇଛି, ଛତ୍ରପୁର ସହରରେ ବୈଷ୍ଣବସମ୍ମତ ଧର୍ମ ପରମ୍ପରା ଏବଂ ଶ୍ରୀଜଗନ୍ନାଥ ସଂସ୍କୃତିର ଚଳଣି । ଛତ୍ରପୁର ସହରର ସୀତାରାମପଲ୍ଲୀ ଅଞ୍ଚଳରେ ପ୍ରଥମେ ଜଗନ୍ନାଥ ମନ୍ଦିର ସ୍ଥାପିତ ହୋଇଥିବା ପରେ ରାଜାଘର ଜଗନ୍ନାଥ ମନ୍ଦିର ଏବଂ ପରେ ଦାସିରୀ ଜଗନ୍ନାଥ ମନ୍ଦିର ନିର୍ମାଣ ଓ ପ୍ରଚଳନ ହୋଇଥିବା କୁହାଯାଏ । ସହରର ତିନି ଜଗନ୍ନାଥ ମନ୍ଦିର ତରଫରୁ ରଥଯାତ୍ରା ଓ ଆଡ଼ପ ଘରେ ଶ୍ରୀ ଦିଅଁଙ୍କର ଦଶଅବତାର ପ୍ରଚଳନ ପରମ୍ପରା ଏଠାରେ ଏକ ନିଆରା । ଏଠାକାର ଭକ୍ତପ୍ରାଣଙ୍କୁ ଆଧ୍ୟାତ୍ମିକ ଭାବଧାରାରେ ଉଦବୃଦ୍ଧ କରିଆସିଛି । ଆଡ଼ପ ଘରେ ନବଦିନ ରହିବା ଭିତ୍ତିରେ ଶ୍ରୀ ଜୀଉଙ୍କର ଅବତାର ବେଶ ଦର୍ଶକଙ୍କୁ ବିମୋହିତ କରିଥାଏ । ନବମୀଦିନ ସନ୍ଧ୍ୟାରେ ମହାପ୍ରଭୁଙ୍କ କଲକୀ ଅବତାର ହୋଇଥାଏ । କଳିଙ୍ଗ ଅଭିଯାନ ତଥା କାଞ୍ଚି ଅଭିମୁଖେ ଯାତ୍ରାରେ କଳା ଧଳା ଘୋଡାରେ କୃଷ୍ଣ ଓ ବଳରାମଙ୍କର ଯାତ୍ରାକୁ ଭିତ୍ତି କରି ଏହି ପ୍ରଥା ପରମ୍ପରା ପ୍ରଚଳିତ ହୋଇଆସିଛି ବୋଲି କୁହାଯାଏ । ମହାପ୍ରଭୁଶ୍ରୀ ଜଗନ୍ନାଥଙ୍କ କଲକୀ ଅବତାର ରାଜାଘର ଶ୍ରୀଗୁଣ୍ଡିଚା ମନ୍ଦିରରେ ଏକ ନିଆରାଧର୍ମୀ, ଯାହା ଭକ୍ତଜନଙ୍କୁ ଉଦ୍ଭାସିତ କରିଛି ।

Leave A Reply

Your email address will not be published.

5 × 1 =