csstore

ଲକ୍ଷ୍ମୀ ମୂର୍ତ୍ତି ବିସର୍ଜନ ପୂର୍ବରୁ ଅସ୍ଥାୟୀ ପୋଖରୀକୁ ସଫା କରିବା ପାଇଁ ବିଧାୟକଙ୍କ ପରାମର୍ଶ

ରାଉରକେଲା, (ସସ୍ମିତା ପ୍ରଧାନ) : ନିକଟରେ ସଦ୍ୟ ସମାପ୍ତ ହୋଇଥିବା ଦୁର୍ଗାପୂଜାର ସମସ୍ତ ମେଢ଼ ବିସର୍ଜନ ପାଇଁ ବାଲୁଘାତ ନିକଟରେ ନିର୍ମିତ ଅସ୍ଥାୟୀ ପୋଖରୀ ସ୍ଥଳକୁ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ମାଁ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଦିନ ପରିଦର୍ଶନରେ ଯାଇଥିଲେ । ସେଠାରେ ପୋଖରୀର ଅବସ୍ଥା ଏବଂ ସେଥିରେ ଭରା ଯାଇଥିବା ପାଣିରୁ ବାହାରୁଥିବା ଦୁର୍ଗନ୍ଧ ନେଇ ବିଭିନ୍ନ ପୁହା କମିଟିର ସଦସ୍ୟଙ୍କ ଅଭିଯୋଗ ପାଇବା ପରେ ସଙ୍ଗେ ସଙ୍ଗେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ କମିଶନର ଆଶୁତୋଷ କୁଲକର୍ଣିଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଆସନ୍ତୁ ଲକ୍ଷ୍ମୀ ପୂଜାର ମେଢ଼ ବିସର୍ଜନ ପୂର୍ବରୁ ଏହି ପୋଖରୀର ପାଣିକୁ ସଫାକରିବା ସହ ବିଷର୍ଜନ ସ୍ଥଳକୁ ଭଲ ଭାବେ ସଫା କରିବା ପାଇଁ ଆଗ୍ରହ କରିଥିବା ଜଣାପଡ଼ିଛି ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jayashree
Leave A Reply

Your email address will not be published.