csstore

ଷ୍ଟାର୍ସ ପ୍ରକଳ୍ପ ଅନ୍ତର୍ଗତ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ବଣ୍ଟନ : କଠିନ ପରିଶ୍ରମ, ଶୃଙ୍ଖଳା ଓ ନିଷ୍ଠାର ସହ ଭଲ ପାଠ ପଢିବାକୁ ଜିଲ୍ଲାପାଳଙ୍କ ପରାମର୍ଶ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅନ୍ୟା ଦାସ ଆଜି କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଲାରେ ନବମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପଢ଼ୁଥିବା ୫ ଜଣ ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କୁ ଭାରତ ସରକାରଙ୍କ ଷ୍ଟାର୍ସ ପ୍ରକଳ୍ପ ଅନ୍ତର୍ଗତ ଲାପ୍‌ଟପ୍‌ ସହିତ କଥନ ପୁସ୍ତକ ପ୍ରଦାନ କରିଛନ୍ତି । ଜିଲ୍ଲାପାଳ ଶ୍ରୀମତୀ ଦାସ ଛାତ୍ରଛାତ୍ରୀଙ୍କୁ ଲାପ୍‌ଟପ୍‌ ପ୍ରଦାନ କରି କଠିନ ପରିଶ୍ରମ, ଶୃଙ୍ଖଳା ଓ ନିଷ୍ଠାର ସହ ଭଲ ପାଠ ପଢି ସୁନାଗରିକ ହେବାକୁ ପରାମର୍ଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମଞ୍ଜୁଲତା ଭୋଇ, ଭାରପ୍ରାପ୍ତ ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ, ସମଗ୍ର ଶିକ୍ଷା ସଚ୍ଚିଦାନନ୍ଦ ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ତରଭା ବ୍ଲକ ଅନ୍ତର୍ଗତ ଚାର୍‌ଭଟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ସଂଜିତ ରଣା, ବିନିକା ବ୍ଲକର ବାଉଁସୁଣୀ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ର ସତ୍ୟବାନ ସାଣ୍ଡ, ସିଂହୀଯୁବ ଉଚ୍ଚ ବିଦ୍ୟାଳୟର ଛାତ୍ର ପୁରୁଷୋତ୍ତମ ଖେତୀ, ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଉଲୁଣ୍ଡା ପଞ୍ଚାୟତ ସମିତି ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଝୁନୁ ଜାଲ, ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ କର୍ଲାଜୁରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଶଶାଙ୍କ ସେଠୀ ପ୍ରଭୁତି ଜିଲ୍ଲାପାଳଙ୍କଠାରୁ ଲାପ୍‌ଟପ୍‌ ଗ୍ରହଣ କରି ବହୁତ ଖୁସି ଅନୁଭବ କରିଥିଲେ । ଦୃଷ୍ଟି ବାଧିତ ଛାତ୍ରଛାତ୍ରୀଙ୍କ ସହଜ ସୁବିଧା ତଥା ସରଳ ଶିକ୍ଷା ଗ୍ରହଣ ନିମନ୍ତେ ବିଶେଷ ସହାୟକ ପାଇଁ ପ୍ରଦତ୍ତ ଲାପ୍‌ଟପ୍‌ରେ ଏନଭିଡିଏ ସଫ୍ଟୱେୟାର ଏବଂ ଅଡିଓ ପୁସ୍ତକ ଉପଲବ୍ଧ କରାଯାଇଛି ।

jayashree
Leave A Reply

Your email address will not be published.