pakka

ଓଟିଟି ପ୍ଲାଟଫର୍ମରେ ଅଶ୍ଳୀଳ କାର୍ଯ୍ୟକ୍ରମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

bbehera
  • କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ବାରମ୍ବାର ଚେତାବନୀ ପରେ ଅଶ୍ଳୀଳ ଓ ଅସଭ୍ୟ କାର୍ଯ୍ୟକ୍ରମ ପ୍ରସାରଣ ପାଇଁ ୧୮ଟି ଓଟିଟି ପ୍ଲାଟଫର୍ମ ହେଲା ନିଷିଦ୍ଧ
  • ଦେଶବ୍ୟାପୀ ଓଟିଟି ପ୍ଲାଟଫର୍ମର ୧୯ଟି ୱେବସାଇଟ୍, ୧୦ଟି ଆପ୍, ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡେଲ ବନ୍ଦ କରାଗଲା
  • କାର୍ଯ୍ୟକ୍ରମଗୁଡ଼ିକ ଆଇଟି ଆଇନ, ଭାରତୀୟ ଦଣ୍ଡବିଧି ସଂହିତା ଏବଂ ମହିଳାଙ୍କ ଅଶ୍ଳୀଳ ପ୍ରତିନିଧିତ୍ୱ (ନିଷେଧ) ଆଇନର ଉଲ୍ଲଂଘନ କରୁଥିଲା

ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ବିଭିନ୍ନ ମଧ୍ୟସ୍ଥିଙ୍କ ସହ ସମନ୍ୱୟ ସ୍ଥାପନ କରି ଅଶ୍ଳୀଳ, ଅସଭ୍ୟ ଏବଂ କେତେକ କ୍ଷେତ୍ରରେ ପର୍ଣ୍ଣୋଗ୍ରାଫିକ୍ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରିବା ପାଇଁ ପଦକ୍ଷେପ ନେଇଛି । ଭାରତରେ ୧୯ଟି ୱେବସାଇଟ୍, ୧୦ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ ୭ଟି, ଆପଲ୍ ଆପ୍ ଷ୍ଟୋରରେ ୩ଟି) ଏବଂ ଏହି ପ୍ଲାଟଫର୍ମ ସହ ଜଡ଼ିତ ୫୭ଟି ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ସର୍ବସାଧାରଣଙ୍କ ନଦେଖିବା ପାଇଁ ଅଚଳ କରାଯାଇଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ‘ସୃଜନଶୀଳ ଅଭିବ୍ୟକ୍ତି’ ଆଳରେ ଅଶ୍ଳୀଳତା, ଅସଭ୍ୟତା ଏବଂ ଅପମାନଜନକ କାର୍ଯ୍ୟକ୍ରମ ପ୍ରସାର ନ କରିବା ପାଇଁ ପ୍ଲାଟଫର୍ମଗୁଡ଼ିକର ଦାୟିତ୍ୱ ଉପରେ ବାରମ୍ବାର ଜୋର୍ ଦେଇ କହିଥିଲେ । ୨୦୨୪ ମାର୍ଚ୍ଚ ୧୨ ତାରିଖରେ ଶ୍ରୀ ଠାକୁର ଘୋଷଣା କହିଛନ୍ତି ଯେ ଅଶ୍ଳୀଳ ଓ ଅସଭ୍ୟ କାର୍ଯ୍ୟକ୍ରମ ପ୍ରସାରଣ କରୁଥିବା ୧୮ଟି ଓଟିଟି ପ୍ଲାଟଫର୍ମକୁ ବନ୍ଦ କରି ଦିଆଯାଇଛି । ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ର ବ୍ୟବସ୍ଥା ଅନୁଯାୟୀ ଭାରତ ସରକାରଙ୍କ ଅନ୍ୟ ମନ୍ତ୍ରଣାଳୟ/ବିଭାଗ ଏବଂ ଗଣମାଧ୍ୟମ ଓ ମନୋରଞ୍ଜନ, ମହିଳା ଅଧିକାର ଏବଂ ଶିଶୁ ଅଧିକାର କ୍ଷେତ୍ରରେ ଗଭୀର ଜ୍ଞାନ ରହିଥିବା ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।
ଓଟିଟି ପ୍ଲାଟ୍ଫର୍ମଗୁଡ଼ିକର ତାଲିକା :

କାର୍ଯ୍ୟକ୍ରମର ପ୍ରକୃତି
ଏହି ପ୍ଲାଟଫର୍ମଗୁଡିକରେ ହୋଷ୍ଟ ହୋଇଥିବା କାର୍ଯ୍ୟକ୍ରମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଶ୍ଳୀଳ, ଅସଭ୍ୟ ଏବଂ ମହିଳାମାନଙ୍କୁ ଅପମାନଜନକ ଢଙ୍ଗରେ ଚିତ୍ରିତ କରାଯାଇଥିବା ଜଣାପଡିଛି । ଏଥିରେ ନଗ୍ନତା ଏବଂ ଯୌନ କ୍ରିୟାକୁ ବିଭିନ୍ନ ଅନୁପଯୁକ୍ତ ପରିପ୍ରେକ୍ଷୀରେ ଚିତ୍ରିତ କରାଯାଇଥିଲା, ଯେପରିକି ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୈତିକ ସମ୍ପର୍କ, ଅନୈତିକ ପାରିବାରିକ ସମ୍ପର୍କ ଇତ୍ୟାଦି । ଏହି ବିଷୟବସ୍ତୁରେ ଯୌନ ନିର୍ଯାତନା ଏବଂ କେତେକ କ୍ଷେତ୍ରରେ କୌଣସି ବିଷୟଗତ କିମ୍ବା ସାମାଜିକ ପ୍ରାସଙ୍ଗିକତା ବିହୀନ ଅଶ୍ଳୀଳ ଏବଂ ଯୌନ ଅଶ୍ଳୀଳ ଦୃଶ୍ୟର ଲମ୍ବା ଅଂଶ ଅନ୍ତର୍ଭୁକ୍ତ ଥିଲା । ଏହି ବିଷୟବସ୍ତୁ ଆଇଟି ଆଇନର ଧାରା ୬୭ ଓ ୬୭ଏ, ଆଇପିସିର ଧାରା ୨୯୨ ଏବଂ ଅଶ୍ଳୀଳ ମହିଳା ପ୍ରତିନିଧି (ନିଷେଧ) ଆଇନ, ୧୯୮୬ର ଧାରା ୪ର ଉଲ୍ଲଂଘନ ବୋଲି ପ୍ରାଥମିକ ଦୃଷ୍ଟିରୁ ନିର୍ଦ୍ଧାରଣ କରାଯାଇଥିଲା ।
ଗୁରୁତ୍ୱପୂର୍ଣ୍ଣ ଦର୍ଶକ ସଂଖ୍ୟା
ଗୁଗୁଲ୍ ପ୍ଲେ ଷ୍ଟୋରରେ ଗୋଟିଏ ଓଟିଟି ଆପ୍ ୧ କୋଟିରୁ ଅଧିକ ଡାଉନଲୋଡ୍ ହୋଇଥିବା ବେଳେ ଅନ୍ୟ ଦୁଇଟି ଆପ୍ ୫୦ ଲକ୍ଷରୁ ଅଧିକ ଡାଉନଲୋଡ୍ ହୋଇଛି । ଏହାବ୍ୟତୀତ, ଏହି ଓଟିଟି ପ୍ଲାଟଫର୍ମଗୁଡିକ ଟ୍ରେଲର, ନିର୍ଦ୍ଦିଷ୍ଟ ଦୃଶ୍ୟ ଏବଂ ବାହ୍ୟ ଲିଙ୍କଗୁଡିକ ପ୍ରସାରଣ କରିବା ପାଇଁ ସୋସିଆଲ ମିଡିଆକୁ ବ୍ୟାପକ ଭାବରେ ବ୍ୟବହାର କରିଥିଲେ ଯାହାର ଉଦ୍ଦେଶ୍ୟ ଦର୍ଶକମାନଙ୍କୁ ସେମାନଙ୍କ ୱେବସାଇଟ୍ ଏବଂ ଆପ୍ ପ୍ରତି ଆକୃଷ୍ଟ କରିବା । ସମ୍ପୃକ୍ତ ଓଟିଟି ପ୍ଲାଟଫର୍ମର ସୋସିଆଲ ମିଡିଆ ଆକାଉଣ୍ଟରେ ସମୁଦାୟ ୩୨ ଲକ୍ଷରୁ ଅଧିକ ଉପଭୋକ୍ତା ଥିଲେ ।
ସୋସିଆଲ ମିଡିଆ ପ୍ଲାଟଫର୍ମ ଆକାଉଣ୍ଟ ସଂଖ୍ୟା :

ଓଟିଟି ପ୍ଲାଟଫର୍ମ ଗୁଡିକ ସହ ନିରନ୍ତର ଯୋଗାଯୋଗ
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ କ୍ରମାଗତ ଭାବରେ ଓଟିଟି ପ୍ଲାଟଫର୍ମ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ସ୍ଥାପିତ ସେମାନଙ୍କର ସ୍ୱ-ନିୟାମକ ସଂସ୍ଥାମାନଙ୍କ ସହିତ ବୈଠକ, ୱେବିନାର, କର୍ମଶାଳା ଇତ୍ୟାଦି ମାଧ୍ୟମରେ ସଚେତନତା ପ୍ରୟାସ କରିଥାଏ । ଓଟିଟି ଶିଳ୍ପର ଅଭିବୃଦ୍ଧି ଓ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ । ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୱେବ୍ ସିରିଜ୍ ପାଇଁ ଉଦ୍‌ଘାଟନୀ ଓଟିଟି ପୁରସ୍କାର ପ୍ରଚଳନ, ଗଣମାଧ୍ୟମ ଓ ମନୋରଞ୍ଜନ କ୍ଷେତ୍ରରେ ଓଟିଟି ପ୍ଲାଟଫର୍ମ ସହ ସହଯୋଗ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ସ୍ୱ-ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେଇ ଏକ କୋହଳ ନିୟାମକ ଢାଞ୍ଚା ପ୍ରତିଷ୍ଠା କରିବା ସମେତ ଅନେକ ପଦକ୍ଷେପ ନିଆଯାଇଛି ।

jay balangir
Leave A Reply

Your email address will not be published.

six + 1 =