pakka

ବଙ୍ଗୋମୁଣ୍ଡା ବ୍ଲକ ସମ୍ମୁଖରେ କାର୍ଯ୍ୟରତ ସାମ୍ବାଦିକମାନେ କଳାବ୍ୟାଚ ପରିଧାନ

bbehera

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟର ସମସ୍ତ ଗଣମାଧ୍ୟମ ପ୍ରତିନିଧି ଗୋଟିଏ ଗୋଟିଏ ଦିନ କୌଣସି ଖବର ନିଜ ନିଜ ସଂସ୍ଥାକୁ ପଠାନ୍ତୁ ନାହିଁ କିମ୍ବା ପ୍ରସାରଣ କରନ୍ତୁ ନାହିଁ ବୋଲି ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କଳାବ୍ୟାଚ ସହ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସାମ୍ବାଦିକ ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । କଳାବ୍ୟାଚ ସହ ସରକାରଙ୍କ ବିରୁଦ୍ଧରେ ଲାଲ କଲମ ବ୍ୟବହାର କରିଥିଲେ । ଉତ୍କଳ ସାମ୍ବାଦିକ ସଂଘର ନିଷ୍ପତ୍ତି କ୍ରମେ କାର୍ଯ୍ୟରତ ସମସ୍ତ ସାମ୍ବାଦିକ ବନ୍ଧୁମାନେ ଆଜିଠାରୁ କଳାବ୍ୟାଚ ପରିଧାନ ପୂର୍ବକ ଦାୟିତ୍ୱ ନିର୍ବାହ କରିଥିଲେ । ରାଜ୍ୟ ସଂଘର ଏହି ନିଷ୍ପତ୍ତିକୁ ଜିଲ୍ଲା ପେଷାଦାର ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ ସମ୍ମାନ ଜଣାଇ କଳାବ୍ୟାଚ ପରିଧାନ କରି ଦାୟିତ୍ୱ ନିର୍ବାହ କରିଥିଲେ । ବଲାଙ୍ଗିର ଜିଲ୍ଲା ପେଶାଦାର ସାମ୍ୱାଦିକ ସଂଘର ଆହ୍ୱାନ କ୍ରମେ ଉପସଭାପତି ଅଶୋକ ନାରାୟଣ ଭୋଇଙ୍କ ନେତୃତ୍ଵରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକରେ ସାମ୍ବାଦିକ ଅଶୋକ ନାରାୟଣ ଭୋଇ, ହୁଲେଶ୍ୱର ହଂସ, ରାଧେଶ୍ୟାମ ମେହେର ପ୍ରମୁଖ କଳାବ୍ୟାଚ ପିନ୍ଧି ଦାୟିତ୍ଵ ନିର୍ବାହ କରିଥିଲେ । ଏଥିରେ ଅନ୍ୟ ସାମ୍ବାଦିକମାନେ ମଧ୍ୟ ସାମିଲ ହୋଇଥିଲେ ।

jay balangir
Leave A Reply

Your email address will not be published.

18 − three =