ଧର୍ମପରାୟଣ ବ୍ୟକ୍ତିଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଝାରବନ୍ଧ ବ୍ଲକ ଡଭା ଗ୍ରାମର ଜଣାଶୁଣା ବ୍ୟକ୍ତି ଗୌତମ୍ ସାହୁଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟ ଜନିତ ଯୋଗୁ କିଛିଦିନ ହେବ ପୀଡିତ ଥିଲେ । ତାଙ୍କର ରାତ୍ର ପ୍ରାୟ ୧୦ ଟା ୩୦ ସମୟରେ ନିଧନ ହୋଇଯାଇଛି । ନିଧନ ଖବର ଶୁଣିବା ପରେ ତାଙ୍କ ଚାରି ଝିଅ ବସୁମତୀ, ନିଳେନ୍ଦ୍ରି, ରାଜେଶ୍ୱରୀ ଓ ମିନତୀ ଘରକୁ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସେ ତାଙ୍କ ପଛରେ ସ୍ତ୍ରୀ ଅମ୍ବିକା ସାହୁ, ନାତି ଭୋପାଲ ଓ ଅଞ୍ଜନ ଏବଂ ପରିବାର ବର୍ଗକୁ ଛାଡି ଚାଲି ଯାଇଛନ୍ତି । ସେ ଜଣେ ଧର୍ମପରାୟଣ, ପରୋପକାରୀ ବ୍ୟକ୍ତି ଥିବାରୁ ତାଙ୍କ ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତାଙ୍କର ନାତି ଅଞ୍ଜନ ତାଙ୍କୁ ମୁଖାଗ୍ନି ଦେଇଥିଲେ । ଅଞ୍ଚଳର ଏକାଧିକ ବ୍ୟକ୍ତି ଶୋକାକୂଳ ପରିବାରକୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.

3 × 4 =