csstore

ବଲାଙ୍ଗିର ଜିଲ୍ଲାରେ ୩୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ୩୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ଆଗଲପୁର ବ୍ଲକରୁ ୧୧ ଜଣ ଚିହ୍ନଟ ହୋଇଥିବା ବେଳେ ବ୍ଲକର କେବଳ ବାବୁଫାସଡ ଗ୍ରାମପଞ୍ଚାୟତରୁ ୧୦ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସେହିପରି ବଲାଙ୍ଗିର ବ୍ଲକରୁ ୨ଜଣ, ବଲାଙ୍ଗିର ମ୍ୟୁନିସିପାଲଟିରୁ ୨ଜଣ, ବେଲପଡା ବ୍ଲକରୁ ଜଣେ, ଦେଓଗାଁ ବ୍ଲକରୁ ୩ଜଣ, କଣ୍ଟାବାଞ୍ଜି ଏନ୍‌ଏସିରୁ ଜଣେ, ଖପ୍ରାଖୋଲ ବ୍ଲକରୁ ୫ଜଣ, ଲୋଇସିଂହା ବ୍ଲକରୁ ୨ଜଣ, ପାଟଣାଗଡ ବ୍ଲକରୁ ୨ଜଣ, ପୁଇଁତଲା ବ୍ଲକରୁ ୩ଜଣ, ଟିଟିଲାଗଡ ମ୍ୟୁନିସିପାଲଟିରୁ ୨ଜଣ ଓ ତୁରେକେଲା ବ୍ଲକରୁ ୩ଜଣ ସଂକ୍ରମିତ ହୋଇଛନ୍ତି ।

jayashree
Leave A Reply

Your email address will not be published.