
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହର ଗାନ୍ଧୀନଗର ପଡ଼ା ବାସିନ୍ଦା ତଥା ଶିକ୍ଷା ବିଭାଗର ଅବସରପ୍ରାପ୍ତ କିରାଣୀ ଚିନ୍ତାମଣି ଷଡ଼ଙ୍ଗୀଙ୍କର ୭୩ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ ଶିକ୍ଷା ମହଲ ସହ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ସ୍ୱର୍ଗତ ଷଡ଼ଙ୍ଗୀ ନିଜର ଦୀର୍ଘ କର୍ମମୟ ଜୀବନରେ ଜୟପାଟଣା, ପାଟଣାଗଡ, ବଲାଙ୍ଗିର, ସୋନପୁର ଓ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ କିରାଣୀ ଭାବେ କାର୍ଯ୍ୟକରି ସୁନାମ ଅର୍ଜନ କରିଥିଲେ । କର୍ତ୍ତବ୍ୟନିଷ୍ଠା, ସରଳ ବ୍ୟବହାର ଓ ସହଯୋଗୀ ମନୋଭାବ ପାଇଁ ସେ ସମସ୍ତଙ୍କ ନିକଟରେ ପ୍ରିୟଥିଲେ । ପରେ ଦେଓଗାଁ ବ୍ଲକ ଶିକ୍ଷା କାର୍ଯ୍ୟାଳୟରୁ ସେ ବ୍ଲକ ଆକାଉଣ୍ଟାଣ୍ଟ ଭାବେ ଅବସର ଗ୍ରହଣ କରିଥିଲେ । ତାଙ୍କ ପରିବାରରେ ତାଙ୍କ ଧର୍ମପତ୍ନୀ ସେବତୀ ଷଡ଼ଙ୍ଗୀ, ପୁଅ ଜିତେନ୍ଦ୍ର, ବୋହୂ ଅନିତା, ଝିଅ ସୁଷମା ଓ ସୁନିତାଙ୍କ ସହ ନାତୁଣୀ ସାନବିକା ଓ ଆରୋନି ରହିଛନ୍ତି । ତାଙ୍କ ବିୟୋଗରେ ପରିବାର ବର୍ଗ ତଥା ଆତ୍ମୀୟ ସ୍ୱଜନ ଗଭୀର ଶୋକ ପ୍ରକାଶ କରିଥିବାବେଳେ ବହୁ ଶିକ୍ଷକ, କର୍ମଚାରୀ, କିରାଣୀ ଓ ସ୍ଥାନୀୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ଥାନୀୟ ବିଭୁତି ପଡ଼ା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ପୁଅ ଜିତେନ୍ଦ୍ର ମୁଖାଗ୍ନି ଦେଇଥିଲେ ।