oom

କୁତୁର୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁଶାନ୍ତ ପାଣିଗ୍ରାହୀଙ୍କ ପରଲୋକ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ସ୍ଥିତ ଧ୍ରୁବ ଆନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ସୁଶାନ୍ତ ପାଣିଗ୍ରାହୀ ଗତ ରବିବାର ଦିନ ୩ଟା ସମୟରେ ବୁର୍ଲା ଡ଼ାକ୍ତରଖାନାରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ମୃତ୍ୟୁ ପରେ ତାଙ୍କ ଗାଁ ବ୍ରାହ୍ମଣୀରେ ଶେଷକୃତ୍ୟ ସଂପନ୍ନ କରାଯାଇଥିବା ଜଣାପଡିଛି । ଦିବଂଗତ ଆତ୍ମାର ଶତଗତି ନିମନ୍ତେ କୁତୁର୍ଲା କଲେଜର ଛାତ୍ର, ଛାତ୍ରୀ, ଅଧ୍ୟାପକଙ୍କ ସହ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଏକ ଶୋକସଭା ହୋଇଥିଲା। ମିଳିଥିବା ଖବର ଅନୁସାରେ ସ୍ୱର୍ଗତଃ ପାଣିଗ୍ରାହୀ ଗତ ଜାନୁଆରୀ ମାସ ୧୦ତାରିଖ ଦିନ କଲେଜକୁ ଶିକ୍ଷାଦାନ ପାଇଁ ବଲାଙ୍ଗିରରୁ କୁତୁର୍ଲା ଆସିବା ବାଟରେ ସିନଖମନରେ ତାଙ୍କ ସଡ଼କ ଦୁର୍ଘଟଣା ଘଟିଥିଲା। ଯାହାଫଳରେ ସେ ପ୍ରଥମେ ଭୁବନେଶ୍ଵରର ଏକ ଡ଼ାକ୍ତରଖାନାରେ ଚିକିତ୍ସା ହେବା ପରେ ବରଗଡ଼ ବିକାଶ ହସ୍ପିଟାଲ, ସମ୍ବଲପୁର ଓ ପରେ ବୁର୍ଲା ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ଓ ଗତ ରବିବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି ।

jittmm
Leave A Reply

Your email address will not be published.