pakka

ଧର୍ମପ୍ରାଣା ବିଜୟଲକ୍ଷ୍ମୀଙ୍କ ପରଲୋକ

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଗୋବିନ୍ଦପାଲି ନିବାସୀ ବିଜୟଲକ୍ଷ୍ମୀ ମିଶ୍ରଙ୍କ ୨୯ ତାରିଖସନ୍ଧ୍ୟାରେ ୭୪ ବର୍ଷ ବୟସରେ ପରଲୋକ ଘଟି ଯାଇଛି । ସେ ଜଣେ ଅତ୍ୟନ୍ତ ମେଳାପୀ, ପରୋପକାରୀ, ଧର୍ମପରାୟଣା ମହିଳା ଥିଲେ । ଅନ୍ତିମ ଶଯ୍ୟା ନିକଟରେ ଏକମାତ୍ର ପୁତ୍ର ବରଗଡ଼ ରୋଟାରୀ ସ୍କୁଲ ଅଧ୍ୟକ୍ଷ ଗଜେନ୍ଦ୍ର ନାରାୟଣ ମିଶ୍ର, ପୁତ୍ରବଧୂ ଜ୍ୟୋତ୍ସ୍ନା, ନାତି ଗୌତମ ଏବଂ ତିନି ଝିଅ ବୀଣା, ରୀନା, ମିନାକ୍ଷୀ ପରିବାର ଉପସ୍ଥିତ ଥିଲେ । ତାଙ୍କ ସ୍ଵାମୀ ସ୍ୱର୍ଗତ ଅରକ୍ଷିତ ମିଶ୍ର ଜିଲ୍ଲା କୃଷି ଅଫିସ କର୍ମଚାରୀ ଥିଲେ । ସ୍ୱର୍ଗତା ମିଶ୍ରଙ୍କ ଦେହାନ୍ତ ଖବର ପାଇ ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମିଶ୍ର, ବିରେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବନ୍ଧୁ ପରିଜନ ଅନ୍ତିମ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଜୀରା ନଦୀ କୂଳ ସ୍ଵର୍ଗଦ୍ଵାରରେ ପାର୍ଥିବ ଶରୀରର ଅନ୍ତିମ ସତ୍କାର କରାଯାଇଥିଲା । ପୁତ୍ର ଗଜେନ୍ଦ୍ର ମିଶ୍ର ମୁଖାଗ୍ନି ଦେଇଥିଲେ ।

jay balangir
Leave A Reply

Your email address will not be published.

15 − 13 =

error: Content is protected !!