ବିଶିଷ୍ଟ କ୍ରୀଡାବିତ୍‌, ଶିକ୍ଷାବିତ୍‌ ତଥା କୃଷି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶଶୀଭୂଷଣ ସାହୁଙ୍କ ଦେହାନ୍ତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଂଚଳର ବିଶିଷ୍ଟ କ୍ରୀଡ଼ାବିତ୍‌, ଶିକ୍ଷାବିତ୍‌ ତଥା କୃଷି ବିଭାଗର ଅବସରପ୍ରାପ୍ତ କର୍ମଚାରୀ ଶଶୀଭୂଷଣ ମାଝୀଙ୍କର ୯୨ ବର୍ଷ ବୟସରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ତାଙ୍କର କର୍ମମୟ ଜୀବନରେ ଗଡଭାଟି, ମିଠାପାଲି, ଝିଟକି, ସୋହେଲା, ଲାଇଙ୍ଗ, ବରପାଲି ଆଗଲପୁର, ସର୍ଗିବାହାଲରେ କାର୍ଯ୍ୟ କରିଥିଲେ । ତାଙ୍କର ଫିରୂପାଲି ସ୍ଥିତ କୁମୁଡି ନାଲାରେ ଶେଷକୃତ୍ୟ କରାଯାଇଥିଲା । ଏଥିରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ପୁଅ ସୁଶାନ୍ତ ମୁଖାଗ୍ନି ଦେଇଥିଲେ । ତାଙ୍କର ପଛରେ ୫ ପୁଅ ଗିରି, ଜୟନ୍ତ, ପ୍ରଶାନ୍ତ, ସୁଶାନ୍ତ, ଅନୁପ ଏବଂ ୨ ଝିଅ ରୀନା ଓ ମୀନାଙ୍କୁ ଛାଡିଯାଇଛନ୍ତି ।

Leave A Reply

Your email address will not be published.

one × five =

error: Content is protected !!