csstore

ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗରେ ନୂତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ମୁଖୀଗୁଡା ସ୍ଥିତ କାର୍ଯ୍ୟାଳୟରେ ଜଗନ୍ନାଥ ପାଣି ନୂତନ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବରେ ଶୁକ୍ରବାର ପୂର୍ବାହ୍ନରେ କାର୍ଯ୍ୟଭାର ଗ୍ରହଣ କରିଥିବା ସୂଚନା ମିଳିଛି । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଶ୍ରୀ ପାଣିଙ୍କ ଯୋଗଦାନ ସମୟରେ ଦକ୍ଷିଣ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ରାଜକୁମାର ବେହେରା, ବାମ ମୁଖ୍ୟ କେନାଲର ଅଧିକ୍ଷଣ ଯନ୍ତ୍ରୀ ତୃପ ପାତ୍ର, ଧର୍ମଗଡ ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ଭୋଇ, ଜୁନାଗଡ଼ ଅଧିକ୍ଷଣ ଯନ୍ତ୍ରୀ ନରେଶ କୁମାର ପାତ୍ର, ଇନ୍ଦ୍ରାବତୀ ମେଗା ଉଠା ଜଳ ସେଚନର ନିର୍ବାହୀ ଯନ୍ତ୍ରୀ ପ୍ରଣୟ ପ୍ରଧାନଙ୍କ ସମେତ ବିଭାଗୀୟ ଯନ୍ତ୍ରୀ ଓ କର୍ମଚାରୀମାନେ ଉପସ୍ଥିତ ରହି ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଏକ ସାକ୍ଷାତକାରରେ ଶ୍ରୀ ପାଣି ବାମ ମୁଖ୍ୟ କେନାଲର ନବୀକରଣକୁ ଗୁରୁତ୍ୱ ଦେବା ସହିତ ଚଳିତ ରବି ଜଳ ସେଚନର ସୁପରିଚାଳନା ପାଇଁ ମଧ୍ୟ ଗୁରୁତ୍ୱ ଦେବ ବୋଲି ପ୍ରକାଶ କରିଥିଲେ । ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗ ସାଙ୍ଗରେ ପୂର୍ବରୁ ଜଡ଼ିତ ରହିଥିବା ଶ୍ରୀ ପାଣି ପ୍ରକଳ୍ପରୁ ଜଳ ସେଚନ ସାଙ୍ଗରେ ଭିତ୍ତିଭୂମିର ବିକାଶ ପାଇଁ ଉଦ୍ୟମ ଜାରି ରହିବ ବୋଲି ପ୍ରକାଶ କରିବା ସହିତ ଦକ୍ଷିଣ ମୁଖ୍ୟ କେନାଲର ପରବର୍ତ୍ତୀ ସୋପାନର ନବୀକରଣ ପାଇଁ ଆଶୁ ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଥିଲେ ।

jayashree
Leave A Reply

Your email address will not be published.