pakka

ବ୍ରହ୍ମପୁର ନିଷ୍ଟ କଲେଜର ଯୁବ ଅଧ୍ୟାପକ ନିଲେସ ଦଳାଇଙ୍କ ପରଲୋକ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ନିଷ୍ଟ କଲେଜର ଯୁବ ଅଧ୍ୟାପକ ନିଲେସ ଦଳାଇଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ପ୍ରକାଶ ଥାଉକି, ଗୁରୁବାର ପ୍ରତ୍ୟୁଷରୁ ଅର୍ଥାତ ଭୋର ୩ଟାରେ ନିଷ୍ଟ କଲେଜର ମେକାନିକାଲ ଶାଖା ଆସିଷ୍ଟାଣ୍ଟ ପ୍ରଫେସର ନିଲେସ ଦଳାଇ(୩୬)ଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଯାଇଛି । ଭୋର ୨ଟା ୪୫ରେ ତାଙ୍କ ଛାତିରେ ଯନ୍ତ୍ରଣା ହେବାରୁ ପରିବାର ଲୋକ ବ୍ରହ୍ମପୁର ବଡ଼ମେଡ଼ିକାଲ ଏମ.କେ.ସି.ଜି.ରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

9 − 7 =