pakka

ବିଦ୍ୟୁତ ସାମଗ୍ରୀ ଚୋରି କରି ଧରାପଡ଼ିଲେ ୩ ଜନ ଟାଟା ପାୱାର କର୍ମଚାରୀ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ କିଛିଦିନ ତଳେ ପାଇକମାଲ ସ୍ଥିତ ଟାଟା ପାୱାର କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଥିଲା । ଇତି ମଧ୍ୟରେ କେତେ ଜଣ କର୍ମଚାରୀ ବିଦ୍ୟୁତ ସାମଗ୍ରୀ ପ୍ରାଇଭେଟ ଏଲ୍‌ଆଇ ପଏଣ୍ଟରୁ ଚୋରି କରି ପୋଲିସ ହାତରେ ଧରାପଡି ଜେଲ ଯାଇଥିବା ଘଟଣା ପାଇକମାଲ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ସୂଚନା ଅନୁସାରେ ପାଇକମାଲ ଥାନା ଅଧୀନରେ ଥିବା ମନବୋଧପାଲିରେ ଚାଷ ପାଇଁ ନୂତନ ଭାବେ ସ୍ଥାପନ କରାଯାଇଥିବା ପ୍ରାଏଭେଟ ଟ୍ରାନ୍ସଫରମରକୁ ଖୋଲି ସେଥିରୁ ତେଲ ଓ ଏଲ୍‌ଆଇ ପଏଣ୍ଟକୁ ଟଣା ଯାଇଥିବା ବିଦ୍ୟୁତ କେବୁଲ ଚୋରି ହୋଇଥିବା ନେଇ ପ୍ରେମାନନ୍ଦ ସାହୁ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ । ପାଇକମାଲ ଥାନା କେସ ନମ୍ବର ୫୪/୨୩ରେ ମାମଲା ରୁଜୁ କରି ଥାନା ଏସ୍‌ଆଇ ବି. ଲାକ୍ରା ଓ ତାଙ୍କ ସହଯୋଗୀମାନେ ମିଳିତ ଭାବେ ଚଢାଉ କରି ବରପାଲି ଗ୍ରାମର ନରସିଂହ ହୋତା (୨୬), କାଂସଡା ଗ୍ରାମର ଦେବଦତ୍ତ ଭୋଇ (୨୨), ଚେରଙ୍ଗାଝାଞ୍ଜ ଗ୍ରାମର ଭକ୍ତୁ ପାଣ୍ତେ (୨୮) ତିନି ଜଣଙ୍କୁ ଗିରଫ କରି ତାଙ୍କ ପାଖରୁ ୨୦ ଲିଟର ଟ୍ରାନ୍ସଫରମର ତେଲ ଓ ୧୫୦ ମିଟର କେବୁଲ ତାର ଜବତ କରିବା ସହ ଧାରା ୩୭୯/୩୪ ଏବଂ ବିଦ୍ୟୁତ ଆକ୍ଟ ୨୦୨୩ ଅନୁସାରେ ଗିରଫ କରି ପଦ୍ମପୁର କୋର୍ଟକୁ ପଠାଇଥିଲେ । ଘଟଣାଟି ଗତ ୬ତାରିଖ ରାତିରେ ହୋଇଥିଲା ପୋଲିସ ୭ ତାରିଖ ରିପୋଟ ହେଲା ପରେ ତନାଘନା କରି ଅଭିଯୁକ୍ତମାନଙ୍କୁ ଧରି କୋର୍ଟକୁ ଚାଲାଣ କରିଥିଲା । ସେଠାରେ ଜାମିନ ନାମଂଜୁର ହେବାରୁ ତାଙ୍କୁ ପଦ୍ମପୁର ଜେଲକୁ ପଠାଯାଇଥିଲା, ଗିରଫ ହୋଇଥିବା ଅଭିଯୁକ୍ତମାନେ ପାଇକମାଲ ଟାଟା ପାୱାରର କର୍ମଚାରୀ ଅଟନ୍ତି ବୋଲି ଜଣାପଡିଛି । ଟାଟା ପାୱାରର କର୍ମଚାରୀମାନେ ଅନେକ ସ୍ଥାନରେ କେଉଁଠି ଖୁଣ୍ଟ ପୋତି ତାର ଟାଣି ଆଷ୍ଟିମେଟ ନକରି କମ୍ପାନୀର ସାମଗ୍ରୀ ଦେଇ ଲୋକଙ୍କଠାରୁ ମୋଟା ଟଙ୍କା ଆଦାୟ କରୁଥିବାର ଆଲୋଚନା ଚାଷୀମାନଙ୍କ ମଧରେ ହେଉଛି । ଚାଷୀମାନଙ୍କର ଏଲ୍‌ଆଇ ପଏଣ୍ଟ କରି ଏହି ଟଙ୍କା ହଡପ କରାଯାଉଛି ବୋଲି ଚାଷୀମାନେ କହୁଛନ୍ତି । ଟାଟା ପାୱାରର ଉଚ୍ଚ ଅଧିକାରୀ ଏହାର ତଦନ୍ତ କଲେ ସବୁ ଧରାପଡନ୍ତା ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

three + thirteen =