ନିର୍ଭୁଲ ଜନ ଗଣନା କ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ମାର୍କଣ୍ଡ ମିଶ୍ରଙ୍କ ପରଲୋକ

ସୋନପୁର, (କେପିଏନ୍‌ଏସ୍‌) : ନିର୍ଭୁଲ ଜନ ଗଣନା କ୍ରମରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଆଦର୍ଶ ଶିକ୍ଷକ ମାର୍କଣ୍ଡ ମିଶ୍ରଙ୍କ ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ମାର୍କଣ୍ଡ ମିଶ୍ର କଳାପଥର ଗ୍ରାମର ଜଣେ ଆଦର୍ଶ ଶିକ୍ଷକ, ଜଣେ ମିଷ୍ଠଭାଷୀ, ଲୋକପ୍ରିୟ ଓ ସ୍ନେହୀ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଶିକ୍ଷକତା ପାଇଁ ସାରା ବୀରମହାରାଜପୁର, କଳାପଥର, ଉଲୁଣ୍ଡା, ଜାଲୋଇ ଇତ୍ୟାଦି ଅଂଚଳରେ ଅନେକ ଛାତ୍ରଛାତ୍ରୀ ଶିକ୍ଷା କ୍ଷେତ୍ରରେ ସୁସଂଗଠିତ ହୋଇ ପାରିଛନ୍ତି । ସେ ସଭିଁଙ୍କୁ ଏକାକୀ କରି ୭୫ ବର୍ଷ ବୟସରେ ସ୍ଵର୍ଗାରୋହଣ କରିଛନ୍ତି । ମାର୍କଣ୍ଡ ମିଶ୍ରଙ୍କ ଓଡିଶା ସରକାରଙ୍କ ପ୍ରତି ସୁନିଷ୍ଠା ଓ କର୍ତବ୍ୟ ପରାୟଣତା ଜରିଆରେ ନିର୍ଭୁଲ ଜନ ଗଣନା ପାଇଁ ରାଜ୍ୟପାଳଙ୍କଠାରୁ ରୋପ୍ୟ ପଦକ ପାଇ ସମ୍ମାନିତ ହୋଇଥିଲେ ।
ଜଣେ ଆଦର୍ଶ ଶିକ୍ଷାବିଦ୍‌ ଭାବରେ ଶିକ୍ଷା ଓ ସାକ୍ଷରତା ଭଳି ଗୁରତ୍ୱପୂର୍ଣ୍ଣ ମହିଳା ସାକ୍ଷରତା (AFLP)Accelerated Female Literary Programme) ପାଇଁ ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନ ମାନଙ୍କ ଗହଣରେ ନିଜକୁ ନିୟୋଜିତ କରି ଏକ ନିର୍ଦ୍ଧିଷ୍ଟ ସ୍ଥାନ ଗ୍ରହଣ କରିପାରିଥିଲେ । ଆଜି ତାଙ୍କ ଦୀର୍ଘ ଦିନର ବୃକକ ରୋଗରେ ସ୍ୱାସ୍ଥ୍ୟଗତ ଅସୁସ୍ଥତା ପାଇଁ ସୋନପୁର ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ ଦୁଇ ପୁଅ ମାନଭଞ୍ଜନ, ଜ୍ଞାନ ରଞ୍ଜନ, ପୁତ୍ରବଧୂ ଦ୍ୱୟ ଉପସ୍ଥିତ ଥିଲେ । ଆଦର୍ଶ ଶିକ୍ଷକ ମାର୍କଣ୍ଡ ମିଶ୍ରଙ୍କ ବିୟୋଗରେ ସତ୍ୟ ରଞ୍ଜନ ମିଶ୍ର, ନେସନାଲ ପିସ ଊନୀସନ (ଭାରତ) ଓ ସଭ୍ୟ, ସଭ୍ୟା ଗଣ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.