ଦେଓଗାଁ ବ୍ଳକ ଧଣ୍ଡାମାଲରେ ଜନଶୁଣାଣୀ, ୨୫୩ ଜଣ ପଞ୍ଜିକୃତ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଧଣ୍ଡାମାଲ ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ୧୧ଟା ସମୟରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଧଣ୍ଡାମାଲ ପଞ୍ଚାୟତର ଧଣ୍ଡାମାଲ, ଡଙ୍ଗରପଡ଼ା, ଅନ୍ତର୍ଲା, ପିପଲପଦର ଓ ବିଲାଶପୁର ଗାଁର ୨୫୩ ଜଣ ଅଭିଯୋଗରେ ପଞ୍ଜିକରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀ, ବିଡ଼ିଓ କ୍ଷମାନିଧି ଭୋଇ, ଜିପିଇଓ ସେନାପତି ମଙ୍ଗରାଜ, ସରପଞ୍ଚ ସଞ୍ଜୁ ଶିକା, ସମିତି ସଭ୍ୟ ଶଙ୍କର ମୁଦୁଲି ପ୍ରମୁଖ ଯୋଗଦେଇ ଅଭିଯୋଗ ପାଇଁ ଆସିଥିବା ହିତାଧିକାରୀଙ୍କ ସହଯୋଗ କରିଥିଲେ । ଅଭିଯୋଗ ଶୁଣାଣୀରେ ମୋଟ ୨୫୩ ଜଣ ପଞ୍ଜିକୃତ କରିଥିଲେ । ତନମଧ୍ୟରୁ ସର୍ବାଧିକ ୧୩୦ ହିତାଧିକାରୀ ଆବାସଘର ପାଇଁ ଆବେଦନ କରିଥିବା ବେଳେ ୪୦ ଜଣ ରାଶନ କାର୍ଡ଼, ୪୫ ଜଣ ଭତ୍ତା ଯୋଜନାରେ ଅନ୍ତର୍ଭୁକ୍ତ ଓ ୨୨ଜଣ ଜମୀ ଓ ଅନ୍ୟାନ୍ୟ ୨୦ଜଣ ବିଭିନ୍ନ ସରକାରୀ ଯୋଜନାରେ ଅନ୍ତଭୂକ୍ତ ହେବା ପାଇଁ ଆବେଦନ କରିଥିଲେ ।

Leave A Reply

Your email address will not be published.