jayashree

ରାଉରକେଲା ଗୁରୁଦ୍ୱାର ରୋଡ୍ ୱାର୍ଡ ନମ୍ବର ୨୫ରେ ପ୍ରାୟ ୫୦ ଘରେ ପାଣି ଜମିଛି

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ମାର୍ଟ ସିଟି ରାଉରକେଲା ସହରର ଥିବା ୨୫ ନମ୍ବର ୱାର୍ଡ ଗୁରୁଦ୍ଵାର ରୋଡରେ ପ୍ରାୟ ୫୦ ଘରେ ବର୍ଷା ପାଣି ଜମି ରହିଥିବା ଅଭିଯୋଗ ହୋଇଛି । ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ର ଡ୍ରେନ୍ ପୁନଃ ନିର୍ମାଣ ସମୟରେ ବଡ ବଡ଼ ଡ୍ରେନଗୁଡିକୁ ସଂକୁଚିତ କରାଯାଇଥିବା ଯୋଗୁଁ, ଲଗାଣ ବର୍ଷା ଯୋଗୁଁ ଏପରି ପରିସ୍ଥିତି ଉପୁଜିଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି । ଏଥିସହିତ ଡ୍ରେନଗୁଡିକରୁ ବର୍ଷା ପାଣି ସହିତ ମଇଳା ପାଣି ଘରେ ପ୍ରବେଶ କରୁଛି । ଫଳରେ ବାସଗୃହ ଭିତରେ ଆଲମାରୀରେ ରଖାଯାଇଥିବା ପୋଷାକ, ପିଲାମାନଙ୍କର ପୁସ୍ତକ, ନୋଟ୍‌ବୁକ୍, ଘରକରଣା ଜିନିଷପତ୍ର ଇତ୍ୟାଦି ନଷ୍ଟ ହୋଇଛି । ପ୍ରତିବର୍ଷ ବର୍ଷା ଋତୁରେ ଘଟୁଥିବା ସମସ୍ୟା ଯୋଗୁଁ ଲୋକମାନେ ଚିନ୍ତିତ ରହିଛନ୍ତି । ଲଗାଣ ବର୍ଷା ଯୋଗୁଁ ପିଲାମାନଙ୍କୁ ସ୍କୁଲରୁ ଛୁଟି ଦେବାକୁ ପଡୁଛି । ଏଥିସହିତ ଗୋପବନ୍ଧୁପାଲ୍ଲି ସନ୍ନିକଟ ରାଉରକେଲା ରେଳ ଷ୍ଟେସନ୍ ଦ୍ୱିତୀୟ ପ୍ରବେଶପଥ ସମ୍ମୁଖରେ ଥିବା ପାର୍କିଂ ସ୍ଥଳ ସମ୍ପୂର୍ଣ୍ଣ ବର୍ଷା ପାଣିରେ ବୁଡ଼ି ରହିଛି ବୋଲି ସ୍ଥାନୀୟ ଲୋକେ ଏବଂ ରେଳଯାତ୍ରୀ ଅଭିଯୋଗ କରିଛନ୍ତି । ରାଉରକେଲା ମହାନଗର ନିଗମ ପକ୍ଷରୁ ଏହାର ତୁରନ୍ତ ପ୍ରତିକାର କରାଯିବା ପାଇଁ ଦାବି କରାଯାଇଛି ।

Leave A Reply

Your email address will not be published.